🔥 TRENDING Ex-Nurse to Lead Nidadavole Civic Body... ब्रेकिंग न्यूज़ @शाहपुराचोरों का खेल ख... Trump's $5 Million NVIDIA Investment R... 151મી જન્મજયંતિ ઉજવાઈ જનજાતિય ગૌરવ દિવ... बृजभूषण सिंह Bomb Threat Causes Panic at Mumbai's C...
15 Nov 2026•
ગુજરાતી मराठी ਪੰਜਾਬੀ বাংলা

ଶିଶୁ ପ୍ରତିଭା ବିକାଶ ମଞ୍ଚ ଆନୁକୂଲ୍ୟରେ ଶିଶୁ ମହୋତ୍ସବ ପାଳିତ

✍️ Reporter: Suresh Ch Rath 🗓 15 Nov 2026, 10:41 AM 👁 42
Share: 💬 WhatsApp 📘 Facebook 𝕏 Post
ଗୁଣୁପୁର: ପ୍ରଥମ ଥର ଗୁଣୁପୁର ଠାରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ଶିଶୁ ପ୍ରତିଭା ବିକାଶ ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କଳା, ସଂସ୍କୃତି, ଶିକ୍ଷା, କ୍ରୀଡ଼ା ଓ ସାହିତ୍ୟ କୁ ନେଇ ଶିଶୁ ମହୋତ୍ସବ ପୂର୍ବ ପ୍ରସ୍ତୁତି ପୂର୍ବକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତଯୋଗିତା ବିକାଶ ମଞ୍ଚ ଦ୍ୱାରା ଆୟୋଜନ କରି ଶିଶୁ ପ୍ରତିଭା ମାନଙ୍କୁ ଚୟନ କରାଯାଇଥିଲା। ଆଜିର ଏହି ମହୋତ୍ସବ ରେ ନିମନ୍ତ୍ରିତ ରୂପେ ଶ୍ରୀ ଶିବ ପ୍ରସାଦ ଗୌଡ଼ ପୌର ଉପାଧ୍ୟକ୍ଷ, ଶ୍ରୀ ସୁଦର୍ଶନ ଶବର, ବ୍ଲକ ଉପାଧ୍ୟକ୍ଷ,ଗୁଣୁପୁର ବିଡ଼ିଓ ଶ୍ରୀ ସ୍ୱସ୍ତିକ ଜମାଦାର ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରାଙ୍କ କର କମଳରେ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ଦ୍ୱୀପ ପ୍ରଜ୍ୱଳନ କରି ଉତ୍ସବକୁ ଆରମ୍ଭ କରାଯାଇଥିଲା।ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗୁଣୁପୁରର କୁନି କୁନି କଳାକାର ଙ୍କ ଦ୍ଵାରା ଶିଶୁ ଦିବସ ର ସ୍ୱାଗତ ସଙ୍ଗୀତ ଗାନକରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା ଶିଶୁ ଦିବସ ର ମହତ୍ତ୍ୱତା ଉପରେ ଆଲୋକପାତ କରିଥିଲେ।ଏହି ମହୋତ୍ସବରେ ଓଡ଼ିଶାର ସ୍ୱନାମଧନ୍ୟ ଶିଶୁ କଳାକାର ତାପସ ଷଡ଼ଙ୍ଗୀ ଓ ସ୍ୱନାମଧନ୍ୟ ଶିଶୁ କଣ୍ଠଶିଳ୍ପୀ ଅର୍ଚ୍ଚନା ରଥ ଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାାଇଥିଲା।ଶେଷ ପର୍ଯ୍ୟାୟରେ ସହରର ବିଭିନ୍ନ ବିଦ୍ୟାଳୟର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ଅକୃଷ୍ଟ କରିଥିଲା ।ଏହି ଅବସରରେ ବିଭିନ୍ନ ପ୍ରତଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ସହ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
📲Get App