🔥 TRENDING समस्तीपुर में क्षत्रपति पटेल विचार मंच... ରାଜଧାନୀର ୩୩ଟି ମନିଟରିଂ ଷ୍ଟେସନ୍‌ରେ ବାୟୁ... ଭୟଙ୍କର ଦୁର୍ଘଟଣାରେ ୨ ପୁଲିସ କର୍ମଚାରୀ ମୃତ... ଓଡ଼ିଶାର ୫ ଜିଲ୍ଲାରେ ହେବ ୫ଟି ବଡ଼ ଜଳ ପ୍ରକ... Punjab Kings swap Arshdeep Singh for H... Punjab CM Announces 'Punjab Da Crorepa...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ଦିଲ୍ଲୀରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା; ଆସନ୍ତାକାଲି ଉଦଘାଟିତ ହେବ ଓଡ଼ିଶା ପାଭିଲିୟନ

✍️ Reporter: Deepak Mahapatra 🗓 14 Nov 2026, 03:43 PM 👁 25
Share: 💬 WhatsApp 📘 Facebook 𝕏 Post
ଦିଲ୍ଲୀରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି ଓ ସମୃଦ୍ଧ ପରମ୍ପରା। ହସ୍ତତନ୍ତ, ହସ୍ତଶିଳ୍ପଠାରୁ ଆରମ୍ଭ କରି ଆଦିବାସୀ କଳା ଓ ରାଜ୍ୟର ବିଭିନ୍ନ ଉତ୍ପାଦକୁ ମିଳିବ ଜାତୀୟ ସ୍ତରରେ ପରିଚୟ। ୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (IITF)-୨୦୨୬ରେ ଆକର୍ଷଣ ସାଜିବ ଓଡ଼ିଶା ପାଭିଲିୟନ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ସ୍ଥିତ ହଲ୍‌-୩ରେ ନଭେମ୍ବର ୧୪ରେ ଏହାକୁ ଉଦଘାଟନ କରିବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

ଚଳିତବର୍ଷ ମେଳାର ଥିମ୍ ରହିଛି ‘ବିକାଶ ଔର ବିରାସତ’। ଏହି ଥିମ୍‌କୁ ଆଧାର କରି ‘Where Virasat Inspires Vikas’ ବା ଐତିହ୍ୟରୁ ବିକାଶର ପ୍ରେରଣା ବାର୍ତ୍ତା ନେଇ ନିଜର ପ୍ରଦର୍ଶନୀ ସଜାଇଛି ଓଡ଼ିଶା। ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ଇତିହାସ, ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ପାରମ୍ପରିକ କଳାକୁ ଆଧୁନିକ ବିକାଶ ସହ ଯୋଡ଼ି ଦେଖାଯିବ।

ପାଭିଲିୟନରେ ସମ୍ବଲପୁରୀ ବସ୍ତ୍ର, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ରୁପା ତାରକସି, ଢୋକ୍ରା କଳା, ପଥର ଓ କାଠ କାରୁକାର୍ଯ୍ୟ ସହ ବିଭିନ୍ନ ହସ୍ତଶିଳ୍ପ ସ୍ଥାନ ପାଇବ। ଏହାସହ କାରିଗରମାନେ ସିଧାସଳଖ ନିଜ କଳାର ପ୍ରଦର୍ଶନ କରିବେ। ପାରମ୍ପରିକ ବୁଣାକାରୀ ସହ ବ୍ଲକଚେନ୍ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଦେଖିବାକୁ ମିଳିବ।

ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦ, ସବାଇ ଘାସ କାରୁକାର୍ଯ୍ୟ, ମିଲେଟ୍ ଜାତୀୟ ଖାଦ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେବ। ସେହିପରି ORMAS ଜରିଆରେ ଗ୍ରାମୀଣ ଉତ୍ପାଦ, ମସଲା, ଆଚାର, ମହୁଆ ଉତ୍ପାଦ ଓ ପାରମ୍ପରିକ ଖାଦ୍ୟ ସାମଗ୍ରୀ ସ୍ଥାନ ପାଇବ।ଆଦିବାସୀ କଳା, ଡଙ୍ଗରିଆ କନ୍ଧଙ୍କ ଶାଲ୍, କୋରାପୁଟ କଫି, କନ୍ଧମାଳ ହଳଦୀ, କଳା ଚାଉଳ, ମାଣ୍ଡିଆ ଓ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ପ୍ରଦର୍ଶିତ ହେବ। OMFED ନିଜର ଦୁଗ୍ଧଜାତ ଉତ୍ପାଦ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ପରିଚୟ ଦେବ।

ଏହାସହ ରପ୍ତାନି ଓ ବ୍ୟବସାୟିକ ଆଲୋଚନା ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ ରହିବ। ଯାହାଦ୍ୱାରା ଉଦ୍ୟୋଗୀ, ନିବେଶକ ଓ କ୍ରେତାଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବଢ଼ିବା ସହ ଓଡ଼ିଶାର ଉତ୍ପାଦକୁ ନୂଆ ବଜାର ମିଳିବ। ତେବେ ଏହି ପ୍ରଦର୍ଶନୀ କେବଳ ଓଡ଼ିଶାର ଉତ୍ପାଦର ପ୍ରଦର୍ଶନ ନୁହେଁ, ବରଂ ରାଜ୍ୟର ଐତିହ୍ୟ, ଉଦ୍ୟୋଗ, ମହିଳା ସଶକ୍ତୀକରଣ ଓ ଆର୍ଥିକ ବିକାଶର ଏକ ବଡ଼ ପରିଚୟ ହେବ।
📲Get App