🔥 TRENDING ଓଡ଼ିଶାକୁ ଛୁଇଁଲା ଶୀତ; ୧୨.୨ ଡିଗ୍ରୀକୁ ଖସି... କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ , ନିଆ... दिशा बैठक में सांसद अनुराग शर्मा ने अध... Tamil Nadu Parties Unite to Safeguard... Tamil Nadu Engages Realty Developers t... शहडोल जिले के पिपरी गांव में सड़क निर्...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଅଢ଼େଇ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ, ୨୦୦ ଟଙ୍କା ପାଇଁ ସାଙ୍ଗକୁ ମାରି ଫିଙ୍ଗି ଦେଇଥିଲା ସାଙ୍ଗ

✍️ Reporter: Deepak Mahapatra 🗓 14 Nov 2026, 02:32 PM 👁 24
Share: 💬 WhatsApp 📘 Facebook 𝕏 Post
ସାଙ୍ଗ ହୋଇ ବୁଲୁଥିଲେ। ସବୁ କିଛି ସାଙ୍ଗ ହୋଇ କରୁଥିଲେ। କିନ୍ତୁ ମଦ ନିଶାରେ ସବୁ ସମ୍ପର୍କ ହେଲା ତୁଚ୍ଛ। ଟଙ୍କା କେଇଟା ପାଇଁ ଶେଷରେ ସାଙ୍ଗକୁ ମାରି ଦେଲା ସାଙ୍ଗ। ହତ୍ୟା କରିବା ପରେ ସାଙ୍ଗର ମୃତଦେହକୁ ଗୋଟିଏ ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିଲା। ଭାବିଥିଲା କେହି କିଛି ଜାଣି ପାରିବେ ନାହିଁ।
କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥିବା ବେଳେ ଘଟଣାର ଅଢ଼େଇ ମାସ ପରେ ସବୁ ସତ ସାମ୍ନାକୁ ଆସିଛି। ନିଖୋଜ ହେବାର ଅଢ଼େଇ ମାସ ପରେ ମିଳିଛି ବ୍ୟକ୍ତିଙ୍କ ଗଳିତ ମୃତଦେହ। ଆଉ ବ୍ୟକ୍ତିଙ୍କ ହାଡ଼ କଙ୍କାଳ ମିଳିବା ପରେ ତାଙ୍କର ଅତି ଘନିଷ୍ଠ ବନ୍ଧୁକୁ ପୁଲିସ ଗିରଫ କରିଛି।
ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ କୃଷ୍ଣା ନଗରର ରାଜେଶ ଗୁପ୍ତା ଗତ ଅଗଷ୍ଟ ୨୭ରୁ ନିଖୋଜ ଥିଲେ। ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ରାଜେଶ ହଠାତ୍‌ ନିଖୋଜ ହୋଇଯିବାରୁ ପରିବାର ଲୋକ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ।
ତଥାପି ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ସେପ୍ଟେମ୍ବର ମାସରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗୋଟିଏ ନିଖୋଜ ମାମଲା ରୁଜୁ କରି ଆରମ୍ଭ କରିଥିଲା ଖୋଳତାଡ଼। ଆଉ ତଦନ୍ତର ଅଢ଼େଇ ମାସ ପରେ ପୁଲିସ୍‌କୁ ଆଜି ମିଳିଛି ସଫଳତା। ଆଜି ବରେଇପାଲି ଆରଏମସି ପଡ଼ିଆ ନିକଟ ଏକ ନିଛାଟିଆ ସ୍ଥାନରୁ ରାଜେଶଙ୍କ ହାଡ଼କଙ୍କାଳ ଠାବ ହୋଇଛି।
ବାସ୍ତବରେ ମାତ୍ର ୨୦୦ ଟଙ୍କାର ଭାଗ ବଣ୍ଟାକୁ ନେଇ ରାଜେଶଙ୍କୁ ହତ୍ୟା କରିଥିଲା ତାଙ୍କ ସାଙ୍ଗ। ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଗଛ ମୂଳରେ ହତ୍ୟା କରିଥିଲା। ହତ୍ୟା ପରେ ପାଚେରୀର ଆରପଟେ ଫିଙ୍ଗି ଦେଇଥିଲା। ସେଦିନ ମଦ ପିଇ ସାଙ୍ଗକୁହତ୍ୟା କରିଥିଲା ସାଙ୍ଗ।
ଏବେ ମଦ ପିଇ ସବୁ ସତ ଓଗାଳିଛି ହତ୍ୟାକୀରୀ ସାଙ୍ଗ। ମଦ ନିଶାରେ ସେ ରାଜେଶଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଜଙ୍ଗଲିଆ ଅଞ୍ଚଳରେ ଫିଙ୍ଗି ଦେଇଥିଲା।
ଏତେ ବଡ଼ କାଣ୍ଡ ଘଟାଇବା ପରେ ମଧ୍ୟ ସେ ବନ୍ଧୁ ରାଜେଶଙ୍କ ଘରକୁ ଯାଉଥିଲା। ସେମାନଙ୍କ ସହ ମିଶି ରାଜେଶଙ୍କ ଅନୁପସ୍ଥିତିକୁ ସେ ମଧ୍ୟ ମର୍ମାହତ ବୋଲି ଜଣେଇ ହେଉଥିଲା। କିନ୍ତୁ ୪ ଦିନ ତଳେ ମଦ ନିଶା ସବୁ ଓଲଟ ପାଲଟ କରି ଦେଇଥିଲା।
ଅଭିଯୁକ୍ତ ଜଣକ ମଦ ନିଶାରେ ନିଜ କଳା କରାନାମା ସମ୍ପର୍କରେ ଗାଁରେ କହି ବୁଲିଥିଲା। ସେ ହିଁ ରାଜେଶଙ୍କୁ ହତ୍ୟା କରିଥିବା କହିଥିଲା। ପରେ ଏହି କଥା ପୂରା ଗାଁରେ ପ୍ରଚାରିତ ହେବା ପରେ ପୁଲିସ୍‌ ଅଭିଯୁକ୍ତକୁ ଉଠାଇ ନେଇଥିଲେ।
ଜେରା ବେଳେ ସେ ସବୁ ସତ ମାନିବା ସହ ମୃତଦେହ ଫିଙ୍ଗିଥିବା ସ୍ଥାନ ଦେଖାଇଥିଲା। ଆଉ ଆଜି ପୁଲିସ୍‌ ସେହି ସ୍ଥାନରୁ ରାଜେଶଙ୍କ ହାଡ଼ କଙ୍କାଳ ଜବତ କରିଛି।
📲Get App