🔥 ट्रेंडिंग ਕਮੇਟੀ ਦੇ ਸਭ ਮੈਂਬਰਾਂ ਨੇ ਪ੍ਰਧਾਨ ਨਾਲ ਸਲਾਹ... एशिया के सबसे बड़े स्थायी छठ घाट पर छठ... ਸਰਕਾਰੀ ਕਰਮਚਾਰੀ ਦੀ ਮੌਤ ''ਤੇ ਕਿਸਨੂੰ ਮਿਲੇ... ଭାରତୀୟ ସିନେମା ପାଇଁ ବଡ଼ ଖବର; ଓସ୍କାର ଦୌଡ଼ର... અગોલગામની ટીમે કડીમાં પંથોડાગામને હરાવ... वोट बचाओ–देश बचाओ अभियान के तहत सिरगिट...
14 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ପୀତବାସ ପଣ୍ଡା ହତ୍ୟା ମାମଲା; ୬ ଅଭିଯୁକ୍ତଙ୍କ ଜାମିନ ଉପରେ ରାୟ ସଂରକ୍ଷିତ, ହାଇକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା

✍️ रिपोर्टर: Deepak Mahapatra 🗓 14 नव. 2026, 03:45 PM 👁 27
शेयर करें: 💬 WhatsApp 📘 Facebook 𝕏 Post
କଟକ/ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଆସିଛି ବଡ଼ ଅପଡେଟ୍। ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ କରିଛନ୍ତି ହାଇକୋର୍ଟ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାନ୍ୟବର ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଫଳରେ ଅଭିଯୁକ୍ତଙ୍କ ଜାମିନକୁ ନେଇ ଏବେ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ।
ଏହି ମାମଲାରେ ଶିବ ଶଙ୍କର ଦାସ, ମଦନ ମୋହନ ଦଳାଇ, ସୁନୀଲ କୁମାର ହୋତା, ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ କାଳୁ ଚରଣ ଭୂୟାଁଙ୍କ ଜାମିନ ଆବେଦନର ଏକତ୍ର ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କ ଓକିଲ ନିଜ ନିଜ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ।
ସୋମବାର ସୁଦ୍ଧା ଲିଖିତ ଯୁକ୍ତି ଦାଖଲ ନିର୍ଦ୍ଦେଶ
ଶୁଣାଣି ଶେଷ ହେବା ପରେ ଉଭୟ ପକ୍ଷଙ୍କୁ ଆସନ୍ତା ସୋମବାର ସୁଦ୍ଧା ମାମଲା ସମ୍ପର୍କିତ ଲିଖିତ ଯୁକ୍ତି ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାୟ ସଂରକ୍ଷିତ ରହିଥିବାରୁ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଅଦାଲତ କ'ଣ ନିଷ୍ପତ୍ତି ନେବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
📲Get App