🔥 TRENDING ಕರ್ನಾಟಕ ರಾಷ್ಟ್ರ ಸಮಿತಿ KARNATAKA RASHTR... ਅੱਜ ਦੇ ਸੋਨੇ ਤੇ ਚਾਂਦੀ ਦੇ ਭਾਅ PM Modi Highlights Karnataka’s Soil as... Karnataka Launches ₹15,000-Crore Conne... Brazilian Firm Chooses Tamil Nadu Over... Low-pressure system forms over Bay of...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଚ୍ୟାଲେଞ୍ଜ, ୨୦୨୯ରେ କଂଗ୍ରେସ ଜିତିଲେ ରାହୁଲଙ୍କ ସହ ହାତ ମିଶାଇବେ ରାମଦାସ

✍️ Reporter: Deepak Mahapatra 🗓 13 Nov 2026, 03:08 PM 👁 15
Share: 💬 WhatsApp 📘 Facebook 𝕏 Post
ବାରମ୍ବାର ସରକାରଙ୍କ ଉପରେ ଭୋଟ୍ ଚୋରିର ଅଭିଯୋଗ ଆଣୁଥିବା କଂଗ୍ରେସକୁ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱଲେ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ୨୦୨୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସେ ତେବେ ସେ ଏନଡିଏ ଛାଡ଼ି ରାହୁଲ ଗାନ୍ଧୀଙ୍କ ସହିତ ହାତ ମିଶାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଗୁରୁବାର ରାମଦାସ ଆଠୱଲେ କହିଛନ୍ତି ଯେ ଜନତା ଯାହାକୁ ଚାହାଁନ୍ତି ସିଏ କ୍ଷମତାକୁ ଆସେ । ଭୋଟ୍ ଚୋରି ଅଭିଯୋଗ ଆଣିବା ଠିକ୍ ନୁହେଁ । ଗଣତନ୍ତ୍ର ଯାହାକୁ ପସନ୍ଦ କରେ ତାର ଅଧିକାର । ରାମଦାସ ଓଡ଼ିଶାର ବିଜୁ ଜନତା ଦଳର ଉଦାହରଣ ଦେଇଛନ୍ତି । ବିଜେଡ଼ି ଅନେକ ବର୍ଷ କ୍ଷମତାରେ ରହିଛି, କିନ୍ତୁ ବିଜେପି କେବେବି ଭୋଟ୍ ଚୋରିର ଅଭିଯୋଗ ଆଣି ନାହିଁ । ଯାହାକୁ ସେଠାରେ ଲୋକ ପସନ୍ଦ କରନ୍ତି ସେଠାରେ ସିଏ ସରକାରକୁ ଆସେ ।
ସେହିପରି ରାମଦାସ ରାହୁଲ ଗାନ୍ଧୀଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କ୍ରୋଧ ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କାରଣ ନେହେରୁଙ୍କ ଠାରୁ ମୋଦୀ ଅଧିକ ସମୟ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ରାମଦାସ ଦୃଢ଼ ଦାବି କରିଛନ୍ତି ୧୫ ବର୍ଷ ନୁହେଁ ତାଠାରୁ ଅଧିକ ସମୟ ମୋଦୀ ପ୍ରଧାନମନ୍ତ୍ରୀ ରହିବେ । ୨୦୨୯ରେ ମଧ୍ୟ ନିର୍ବାଚନ ଲଢ଼ିବାକୁ ବିଜେପି ପ୍ରସ୍ତୁତ ଅଛି । ଯଦି ଲୋକେ କଂଗ୍ରେସ ଏବଂ ବିରୋଧୀଙ୍କ ବହୁମତ ଦେବେ ତେବେ ସେ ରାହୁଲ ଗାନ୍ଧୀଙ୍କ ସହିତ ହାତ ମିଶାଇବେ କିନ୍ତୁ ତାଙ୍କ ସହିତ ଯିବେ ନାହିଁ । ଯଦି ମୋଦୀ ପୁଣି ଥରେ କ୍ଷମତାକୁ ଆସନ୍ତି, ତେବେ ଏହାକୁ ରାହୁଲ ଗାନ୍ଧୀଙ୍କୁ ସ୍ୱୀକାର କରିବାକୁ ପଡ଼ିବ ।
📲Get App