🔥 ट्रेंडिंग ଆଗାମୀ ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନ... પાલનપુરની સ્થાનિક ક્રાઈમ બ્રાંચે મેફેડ... କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମ... ವಸಂತನರಸಾಪುರದಲ್ಲಿ ಆದರ್ಶ ಕಂಪನಿಯ ನೂತನ ಘಟಕ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,... ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଉପହାର;...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଉପକୂଳରେ ପାରଦ ବଢିଲା ଶୀତ କମିଲା, ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଶୀତ

✍️ रिपोर्टर: Deepak Mahapatra 🗓 12 नव. 2026, 01:05 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ଉତ୍ତର ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଷ୍କ ପବନ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳକୁ ଖସି ଆସିବା ସହ ଶୀତ ଲହରୀ ଜାରି ରହିଛି।
ପାଣିପାଗ ବିଭାଗ ସଦ୍ଯ ରିପୋର୍ଟ ଅନୁସାରେ ଝାରସୁଗୁଡାରେ ପାରଦ ୧୪. ୨ ଡିଗ୍ରୀ ସେଲସିୟସ ରହିଛି। ନବରଙ୍ଗପୁର ୧୪. ୬°ସେଲସିୟସ , ଦାରିଙ୍ଗବାଡି ୧୫° ସେଲସିୟସ, କୋରାପୁଟ ୧୫°ସେଲସିୟସ , ଭବାନୀପାଟଣା ୧୫. ୫°ସେଲସିୟସ , ରାଉରକେଲା ୧୫. ୭°ସେଲସିୟସ , ବଲାଙ୍ଗୀର ୧୬ ଓ ସୋନପୁର ୧୬. ୨°ସେଲସିୟସ ରହିଛି।
ଅନ୍ୟପଟେ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ବଢିବା ସହ ଶୀତ କମିଛି, ଅଧିକାଂଶ ସ୍ଥାନରେ ତାପମାତ୍ରା ୨୦ଡ଼ିଗ୍ରୀ ଉପରେ ରେକର୍ଡ କରାଯାଇଛି l
ରାଉରକେଲା ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ପାଣିପାଗ ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ବିଶେଷ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
📲Get App