🔥 ट्रेंडिंग ଭଡ଼ା ଘରେ ଭୟଙ୍କର ବିସ୍ଫୋରଣ, ଘରର କାନ୍ଥ ଭା... मध्य प्रदेश में अगले 4 दिनों में तेज़ी... ବଡ଼ଭାଇକୁ ହାଣିଲା ସାନଭାଇ, ପୋଲିସ୍ ର ତଦନ୍ତ... छत्तीसगढ़ ने आरटीई प्रवेश नियमों को सघ... बिलासपुर में हुआ सबसे ऊँचा AQI, चत्तीस... ಕೇಂದ್ರ ಸಚಿವರು ಗುದ್ದಲಿ ಪೂಜೆಯಲ್ಲಿ ವಸಂತನರ...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ଭୋକିଲା ରହିଲେ ଛାତ୍ରଛାତ୍ରୀ, ଶ୍ରେଣୀ ଗୃହରେ ମାଛ ଭାତ ଖାଇଲେ ଶିକ୍ଷକ

✍️ रिपोर्टर: Deepak Mahapatra 🗓 12 नव. 2026, 12:49 PM 👁 12
शेयर करें: 💬 WhatsApp 📘 Facebook 𝕏 Post
ବିଦ୍ୟାଳୟରେ ମିଳିଲାନି ମଧ୍ୟାହ୍ନ ଭୋଜନ। ଶୁଖିଲା ଖାଦ୍ୟ ବି ଦିଆଗଲାନି। ଭୋକିଲା ରହିଲେ ଛାତ୍ରଛାତ୍ରୀ। କିନ୍ତୁ ଶ୍ରେଣୀ ଗୃହରେ ପିଲାଙ୍କ ସାମ୍ନାରେ ମାଛ-ଭାତ ଖାଇଲେ ଶିକ୍ଷକ। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗଦି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ।
ଏହି ବିଦ୍ୟାଳୟର ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। କୌଣସି କାରଣରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଜି ଅନୁପସ୍ଥିତ ରହିଥିଲେ। ତେଣୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ନଥିଲା। ସହକାରୀ ଶିକ୍ଷକ ଇନ୍ଦ୍ରମଣି ବେହେରା ସ୍କୁଲରେ ଉପସ୍ଥିତ ଥିଲେ ସୁଦ୍ଧା ପିଲାଙ୍କୁ କିପରି କୌଣସି ପ୍ରକାର ଶୁଖିଲା ଖାଦ୍ୟ କି ବିସ୍କୁଟ୍ ଦିଆଯାଇପାରିବ, ସେ ନେଇ ବ୍ୟବସ୍ଥା କରି ନଥିଲେ। ଓଲଟି ଶ୍ରେଣୀ କକ୍ଷରେ ପିଲାଙ୍କ ସାମ୍ନାରେ ବସି ସେ ମାଛ-ଭାତ ଖାଇଥିବା ଅଭିଯୋଗ ହୋଇଥିଲା।
ଛାତ୍ରଛାତ୍ରୀମାନେ ଅପରାହ୍ନ ୩ଟା ବେଳେ ଘରକୁ ଯାଇ ଏ ବିଷୟରେ କହିଥିଲେ। କିଛି ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ମଧ୍ୟାହ୍ନ ଭୋଜନ କାହିଁକି ଦିଆଗଲା ନାହିଁ ବୋଲି ସହକାରୀ ଶିକ୍ଷକ ଶ୍ରୀ ବେହେରାଙ୍କୁ ପଚାରିଥିଲେ। ଏନେଇ ବିଇଓଙ୍କୁ ପଚାରିବାକୁ ସେ କହିଥିବା ଲୋକେ ଅଭିଯୋଗ କରିଛନ୍ତି।
ଘଟଣା ସଂପର୍କରେ ସହକାରୀ ଶିକ୍ଷକଙ୍କୁ ପଚାରିବାରୁ ମୋତେ କିଛି ପଚାରନ୍ତୁ ନାହିଁ ସିଆସିସିସି ଏବଂ ପ୍ରଧାନ ଶିକ୍ଷକଙ୍କୁ ପଚାରନ୍ତୁ ବୋଲି କହିଛନ୍ତି। ସେହିପରି ବିଇଓ ମଧୁସ୍ମିତା ଗିରି କହିଛନ୍ତି ଯେ ସେ ସିଆରସିସିଙ୍କୁ ଘଟଣା ସଂପର୍କରେ ପଚାରିବେ।
📲Get App