🔥 ट्रेंडिंग ୨୮ରେ ଓଡ଼ିଶା ଆସିବେ ଅମିତ ଶାହ; କେନ୍ଦ୍ର ଗୃ... સાંસદ શોભના એમ. બારૈયાએ વિક્રમ સંવત ૨૦... Bhedi District Police Use CEIR Portal... गयाजी में कबाड़ी दुकान में लगी आग केरल के मंत्री डीके शिवाकुमार की मंदिर... जालौर में पूर्व राज्य मंत्री पुखराज पा...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ବରଗଡ଼ ରେଳ ଷ୍ଟେସନରୁ ୨୧ ଗ୍ରାମ ବ୍ରାଉନ ସୁଗାର ଜବତ, ୫ ଗିରଫ

✍️ रिपोर्टर: Deepak Mahapatra 🗓 10 नव. 2026, 12:56 PM 👁 19
शेयर करें: 💬 WhatsApp 📘 Facebook 𝕏 Post
ବରଗଡ଼: ନିଶା କାରବାର ବିରୋଧରେ ବରଗଡ଼ ଟାଉନ ପୋଲିସକୁ ବଡ଼ ସଫଳତା ମିଳିଛି । ବରଗଡ଼ ରେଳ ଷ୍ଟେସନ ନିକଟରୁ ୨୧ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ଅନୁସାରେ, ନିଶା କାରବାର ଉପରେ ନଜର ରଖିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଏସଡିପିଓଙ୍କ ତତ୍ତ୍ୱାବଧାନରେ ଟାଉନ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଚଢ଼ାଉ କରି ୫ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୨୧ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା।
ଗିରଫ ହୋଇଥିବା ୫ ଜଣଙ୍କ ନାମରେ ପୂର୍ବରୁ ମଧ୍ୟ ଚୋରି ମାମଲା ରହିଥିବା ଜଣାପଡ଼ିଛି । ତେବେ ବରଗଡ଼ ରେଳ ଷ୍ଟେସନ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏତେ ପରିମାଣର ନିଶାଦ୍ରବ୍ୟ ଜବତ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ନିଶା କାରବାରର ଚେର କେତେ ଦୂର ଲମ୍ବିଛି ଏବଂ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
📲Get App