🔥 ट्रेंडिंग माननीय मुख्यमंत्री ने मधुबनी जिले के 5... Mortal remains of 26 years oid adhan A... माँ काली के आशीर्वाद से भरा फर्बिसगंज... ଟ୍ରେନକୁ ପଛରୁ ପିଟିଲା ଟ୍ରେନ: ୪ ମୃତ, ୮୮ ଆ... डीएम एवं एसपी ने नगर क्षेत्र के छठ घाट... तामिलनाडु तैयार, 12 नवंबर को बंगाल की...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଦୀପାବଳିରେ ବାଣ ଫୁଟାକୁ ନେଇ କଟକରେ ଉତ୍ତେଜନା: ଅନ୍ ଡ୍ୟୁଟି ମହିଳା ଆଇପିଏସ ଅଫିସରଙ୍କ ସହ ଧସ୍ତାଧସ୍ତି, ୪ ଗିରଫ

✍️ रिपोर्टर: Deepak Mahapatra 🗓 10 नव. 2026, 12:32 PM 👁 18
शेयर करें: 💬 WhatsApp 📘 Facebook 𝕏 Post
କଟକର ନୟାସଡ଼କ ଅଂଚଳରେ ଦୀପାବଳି ଉତ୍ସବବେଳେ ମହିଳା ଆଇପିଏସ୍ ଅଫିସର ଅନନ୍ୟା ଅବସ୍ଥିଙ୍କ ସହ ଧସ୍ତାଧସ୍ତି ଓ ଦୁର୍ବ୍ୟବହାର ଘଟଣା ସମଗ୍ର ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି। ରାତି ୧୦ଟା ପରେ ବାଣ ଫୁଟାଇବାକୁ ବାରଣ କରିବାରୁ ଏକ ନିର୍ଦ୍ଦିଷ୍ଟ ସମୁଦାୟର କିଛି ଯୁବକମାନେ ପୁଲିସ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଘଟଣାରେ କମିଶନରେଟ ପୁଲିସ ୧୦ଜଣଙ୍କୁ ଅଟକ ରଖିଥିବାବେଳେ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମହିଳା ଆଇପିଏସ ଅଫିସରଙ୍କ ସହ ଧସ୍ତାଧସ୍ତିର ଭିଡିଓ ଭାଇରାଲ ହେବାପରେ ଆଇନକୁ ହାତକୁ ନେଇଥିବା ଯୁବକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମାବଳୀ ଅନୁସାରେ ଦୀପାବଳି ରାତି ୭ଟାରୁ ୯ଟାପର୍ଯ୍ୟନ୍ତ କେବଳ ଦୁଇ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ଥିଲା। ମାତ୍ର ନୟାସଡ଼କ ମୁଖ୍ୟ ରାସ୍ତାରେ କିଛି ସ୍ଥାନୀୟ ଯୁବକ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ନିୟମ ଉଲ୍ଲଂଘନ କରି ବାଣ ଫୁଟାଇବା ଜାରି ରଖିଥିଲେ, ଯାହା ଫଳରେ ରାସ୍ତା ଦେଇ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ୨୦୨୨ ବ୍ୟାଚ ଆଇପିଏସ ଅଧିକାରୀ ତଥା କଟକ ଜୋନ୍‌-୧ ଏସିପି ଅନନ୍ୟା ଅବସ୍ଥିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚି ବାଣ ଫୁଟାଇବା ବନ୍ଦ କରିବାକୁ କହିଥିଲେ।
ଏହାକୁ ନେଇ ସ୍ଥାନୀୟ ଯୁବକ ଓ ପୁଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଠେଲାପେଲା ଓ ଧସ୍ତାଧସ୍ତିର ରୂପ ନେଇଥିଲା। ଏପରିକି କିଛି ଯୁବକ ସେଠାରେ ଥିବା ଏସିପି ଅନନ୍ୟା ଅବସ୍ଥିଙ୍କୁ ଦୁର୍ବ୍ୟବହାର ସହ ତାଙ୍କୁ ଧକ୍କା ମାରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି।
ଅପରପକ୍ଷରେ, ଘଟଣାସ୍ଥଳରେ ରାସ୍ତା ଉପରେ ଥିବା ବାଣକୁ ପୁଲିସ ଗୋଇଠା ମାରି ଫିଙ୍ଗିବାରୁ ଉତ୍ତେଜନା ବଢ଼ିଥିବା ନେଇ ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପରିସ୍ଥିତିରେ ଆଇନଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ପୁଲିସ ସ୍ପଷ୍ଟ କରିଛି।
ଘଟଣା ପରେ ଲାଲବାଗ ଥାନା ପୁଲିସ ତୁରନ୍ତ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ସିସିଟିଭି ଫୁଟେଜ୍ ଓ ଭିଡିଓ ଯାଂଚ କରି ୪ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ଆକ୍ରମଣ କରିବା, ବେଆଇନ ଭାବେ ଅଟକାଇବା, ଦଙ୍ଗା ଭିଆଇବା, ନିଆଁ ସମ୍ପର୍କିତ ଅବହେଳା ପ୍ରଦର୍ଶନ, ଅପରାଧିକ ଧମକ ଓ ଶାନ୍ତିଭଙ୍ଗ ଭଳି ସଙ୍ଗିନ ମାମଲା ରୁଜୁ ହୋଇଛି। କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି ଯେ, ସିସିଟିଭି ଯାଂଚ କରାଯାଉଛି ଓ ଏଥିରେ ସମ୍ପୃକ୍ତ ଥିବା ପ୍ରତ୍ୟେକ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗକୁ ଆହୁରି ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଆଇପିଏସ ଅନନ୍ୟା ଅବସ୍ଥି ପୂର୍ବରୁ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଦାୟିତ୍ୱ ତୁଲାଇ ରାଜ୍ୟ ପୁଲିସ ବିଭାଗରେ ଇତିହାସ ରଚିଥିଲେ । ନିକଟରେ ସେ କମିଶନରେଟ୍ ପୁଲିସର ଏସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
📲Get App