🔥 ट्रेंडिंग कोटा मेडिकल कॉलेज में प्रसूता की अत्यध... નવવર્ષની શુભેચ્છા માટે નાફેડ, પંચામૃત... ব্রেকিং নিউজ ঘুড়িষা গ্রামে রাস্তা কাট... ਅਕਾਲੀ-ਭਾਜਪਾ ਤੇ ਪੁਨਰ ਸੁਰਜੀਤ ਦੇ ਗੱਠਜੋੜ ਦ... बैतूल के चिल्लौर फाटक पर दुर्घटना, नजद... बाँदा स्टेशन पर सहरसा एक्सप्रेस में मि...
10 नव. 2026•
ગુજરાતી मराठी ਪੰਜਾਬੀ বাংলা

ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ, ସମାନୁପାତିକ ବିକାଶ ଉପରେ ଗୁରୁତ୍ୱ

✍️ रिपोर्टर: Sukumar Mandal 🗓 10 नव. 2026, 09:12 PM 👁 10
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି: ଜିଲ୍ଲାର ସାମଗ୍ରିକ ବିକାଶକୁ ନୂତନ ଦିଗ ଦେବା ସହ ବିକାଶମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟଣ ଲକ୍ଷ୍ୟରେ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି କାର୍ଯ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା।

୧୫ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ନରସିଂହ ମାଡକାମୀ ଏବଂ ସଦସ୍ୟ ସଚିବ ଭାବେ ଜିଲ୍ଲାପାଳ ଦାୟିତ୍ୱ ତୁଲାଉଛନ୍ତି। ନିକଟରେ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ବୈଠକରେ ଯୋଗଦେଇଥିଲେ। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ତାଙ୍ଗୁଲୁ ଓ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ଉପସ୍ଥିତ ଥିଲେ। ସେହିପରି ବାଲିମେଳା ଏନ୍‌ଏସିର ଜଣେ ସଦସ୍ୟ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉତ୍ତମ ରାୟ ମନୋନୀତ ସଦସ୍ୟ ଭାବେ କମିଟିରେ ସ୍ଥାନ ପାଇଛନ୍ତି।

ବୈଠକରେ ଉପନିର୍ଦ୍ଦେଶକ (ଯୋଜନା) ପରମେଶ୍ୱର ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ପ୍ରତିନିଧି ନିହାର ରାୟ ଯୋଗଦେଇଥିଲେ।

ଏହି ଅବସରରେ ଜିଲ୍ଲାର ସାମଗ୍ରିକ ବିକାଶ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସୁପରିଚାଳନା, ପ୍ରାଥମିକତା ଭିତ୍ତିରେ ଯୋଜନା ପ୍ରସ୍ତୁତି ଏବଂ ଏହାର ସଫଳ କାର୍ଯ୍ୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସମାନୁପାତିକ ବିକାଶ ସୁନିଶ୍ଚିତ କରିବା ସହ ଜନସାଧାରଣଙ୍କ ଆବଶ୍ୟକତା ଓ ସ୍ଥାନୀୟ ସମସ୍ୟାକୁ ସର୍ବାଧିକ ପ୍ରାଥମିକତା ଦେଇ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ଶ୍ରୀ ମାଡକାମୀ ଗୁରୁତ୍ୱାରୋପ କରିଥିଲେ।

ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ସହ ଦୀର୍ଘଦିନରୁ ରହିଥିବା ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହି ପ୍ରଥମ ବୈଠକ ଏକ ନୂତନ ଆଶା ସଞ୍ଚାର କରିଛି। ଏହାଦ୍ୱାରା ମାଲକାନଗିରି ଜିଲ୍ଲାର ସାମଗ୍ରିକ ଓ ସମାନୁପାତିକ ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବ ବୋଲି ଆଶା ପ୍ରକାଶ ପାଇଛି।
📲Get App