🔥 TRENDING ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠି... ଶ୍ରୀମନ୍ଦିର ବାହାର ଉତ୍ତର ଦ୍ୱାର ନିକଟରେ ବି... Karnataka Flags Petrol Samples Over Et... Bharat Petroleum Refutes Karnataka's E... Bhaskar completes 30‑km Sarkhej‑Gandhi... Hardik Pandya's Potential Move to Raja...
10 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଚାମେଲି ଓଝାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ

✍️ Reporter: Deepak Mahapatra 🗓 10 Nov 2026, 12:46 PM 👁 14
Share: 💬 WhatsApp 📘 Facebook 𝕏 Post
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବହୁଚର୍ଚ୍ଚିତ ତିଖିରି ପଂଚାୟତ ସରପଂଚ ଚମେଲି ଓଝାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ। ରବିବାର ଦୀପାବଳି ଦିନ ଗାଁର ଦୁଇ ଯୁବକ ହଠାତ୍‌ ଚାମିଲେଙ୍କ ବାପା, ଭାଇ ଓ ଜଣେ ସମ୍ପର୍କୀୟଙ୍କୁ କରିଛନ୍ତି ଆକ୍ରମଣ।
ଏହି ଆକ୍ରମଣ ପରେ ଚାମେଲିଙ୍କ ପରିବାରର ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏହାରେ ୩ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଭୁବନେଶ୍ୱରରେ ସେମାନଙ୍କ ଚିକିତ୍ସା ଚାଲିଛି।
ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତଥାପି ପୂର୍ବ ଶତ୍ରୁତାକୁ ନେଇ ଏପରି ଆକ୍ରରମଣ କରାଯାଇଥିଲା ଜଣାପଡ଼ିଛି। ସେହିପରି
୨୦୨୬ ଜୁନ୍ ୧୧ତାରିଖରେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଚାମେଲି ଓଝା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ସମେତ ଘଟଣା ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷ, ସରକାରୀ ଅଧିକାରୀ, ଡାକ୍ତର, ପୁଲିସ କର୍ମଚାରୀ, ଲୋକ ପ୍ରତିନିଧିଙ୍କ ବିରୋଧରେ ମାଡ଼ ମାରିବା ଭଳି ଅଭିଯୋଗ ଆଣିଥିଲେ ଚାମେଲି। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ ସରଗରମ ହୋଇଥିଲା।
📲Get App