🔥 ट्रेंडिंग ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠି... ଶ୍ରୀମନ୍ଦିର ବାହାର ଉତ୍ତର ଦ୍ୱାର ନିକଟରେ ବି... कर्नाटक ने ईथेनॉल मिश्रण पर पेट्रोल नम... भारत पेट्रोलियम ने कर्नाटक के ई20 दावे... भास्कर ने सरकेज‑गांधीनगर 30 किमी यात्र... हार्दिक पांड्या का राजस्थान रॉयल्स में...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଆତ୍ମସମର୍ପଣ ପରେ ଜେଲ ଗଲେ ଏନ୍‌ ଭାସ୍କର ରାଓ

✍️ रिपोर्टर: Deepak Mahapatra 🗓 10 नव. 2026, 12:40 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ଜେଲ୍‌ ଗଲେ ରାଜ୍ୟସଭାର ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ। ଆତ୍ମସମର୍ପଣ ପରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ରାୟଗଡ଼ାର ଏସଡିଜେଏମ କୋର୍ଟରେ ପ୍ରଥମେ ଆତ୍ମସମର୍ପଣ କରିଥିଲେ ଭାସ୍କର ରାଓ।
ଏହାପରେ ସେ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିଯୋଗୁ ତାଙ୍କୁ କୋର୍ଟରୁ ସିଧା ଜେଲ୍‌ ଯିବାକୁ ପଡ଼ିଛି। ଆଦିବାସୀ ନେତା ହତ୍ୟା ମାମଲାର ଅଭିଯୁକ୍ତ ଭାସ୍କର ରାଓଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ନିର୍ଦ୍ଦେଶ ଅନୁସାରେ ଆଜି ମଧ୍ୟାହ୍ନରେ ସେ ଆତ୍ମସମର୍ପଣ କରି ଜେଲ ଯାଇଛନ୍ତି।
୨୦୧୦ ମସିହାର ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାର ଅଭିଯୁକ୍ତ ହେଉଛନ୍ତି ଭାସ୍କର ରାଓ। ଏହି ମାମଲାରେ ତାଙ୍କୁ ଓ ଅନ୍ୟ ଅଭିଯୁକ୍ତଙ୍କୁ ପ୍ରଥମେ ହାଇକୋର୍ଟଙ୍କ ପକ୍ଷରୁ ନିୟମିତ ଜାମିନ ମିଳିଥିଲା। କିନ୍ତୁ ଏହା ବିରୋଧରେ ଭାଗୀରଥିଙ୍କ ଭାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଜାମିନ ଆଦେଶକୁ ରଦ୍ଦ କରି ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏହି ସମୟସୀମାର ଶେଷ ଦିନ ହୋଇଥିବାରୁ ରାୟଗଡ଼ା ଏସଡିଜେଏମ କୋର୍ଟ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋର୍ଟରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ଭାସ୍କର ରାଓ। ସେ ଆତ୍ମସମର୍ପଣ କରିବା ପରେ ତାଙ୍କ ଓକିଲ ଜାମିନ ପାଇଁ ଏସଡିଜେଏମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ।
କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ଶେଷରେ ନିରାଶ ହୋଇ ଭାସ୍କର ରାଓଙ୍କୁ ଜେଲ ଯିବାକୁ ପଡ଼ିଛି। ଏହି ମାମଲାରେ ଏନ୍. ଭାସ୍କର ରାଓଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିଛି। ଏସିଡିଜେଏମ ସମସ୍ତଙ୍କ ଜାମିନ ଖାରଜ କରିଥିଲେ ହେଁ ସେମାନେ ଉପରିସ୍ଥ ଅଦାଲତରେ ପୁଣି ଜାମିନ ପାଇଁ ଆବେଦନ କରିପାରିବେ।
📲Get App