🔥 ट्रेंडिंग महाराष्ट्र से वंदे भारत सेवाएँ घटकर के... मुख्यमंत्री योगी आदित्यनाथ ने गोरखपुर... चंद्रबाबू नायडू ने एपी में हुई कई आग द... एपी सरकार ने 50 लाख छात्रों और युवाओं... ଲକ୍ଷାଧିକ ଦୀପରେ ଝଲସିଲା ରାମ ନଗରୀ ଅଯୋଧ୍ୟା... मलाइका अरोड़ा ने बेटे अरहान खान के जन्...
09 नव. 2026•
ગુજરાતી मराठी ਪੰਜਾਬੀ বাংলা
धर्म

ଆଜିଠାରୁ ଆରମ୍ଭ ପ୍ରସିଦ୍ଧ ଭଦ୍ରକର ଐତିହାସିକ କାଳୀପୂଜା, ରଙ୍ଗବେରଙ୍ଗର ଆଲୋକସଜ୍ଜାରେ ସଜେଇ ହୋଇଛି ସାରା ସହର

✍️ रिपोर्टर: Deepak Mahapatra 🗓 09 नव. 2026, 01:28 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଭଦ୍ରକ: ଆଜିଠାରୁ ଆରମ୍ଭ ହେବ ଐତିହାସିକ କାଳୀପୂଜା। ଭଦ୍ରକ କାଳୀପୂଜା ଓଡ଼ିଶା ତଥା ଦେଶରେ ବେଶ୍ ପ୍ରସିଦ୍ଧ। ମା' ଭଦ୍ରକାଳୀଙ୍କ ପୀଠ ଓ ସପ୍ତମାତୃକା ବେଶ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ମା'ଙ୍କର ଦୁର୍ଲଭ 'ସପ୍ତମାତୃକା ବେଶ' ଅନୁଷ୍ଠିତ ହୋଇଥାଏ, ଯାହା ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ।
ଆଜି ପ୍ରଥମ ଦିନରେ ବେଦମାତା ବେଶ୍ ରେ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ । ଆଜି ମା ଭଦ୍ରକାଳୀ ହାତ ରେ ବେଦ, ଜପାମାଳି, ଗଦା ଓ ପଦ୍ମ ଧାରଣ କରିଛନ୍ତି । ଆଜି ର ବେଶ୍ ଦର୍ଶନ କଲେ ସକଳ ଜ୍ଞାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ସାଳନ୍ଦୀ ନଦୀ ରୁ କଳସ ଆସି ମା ଙ୍କ ପୀଠରେ ସ୍ଥାପନ ହେବା ପରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଆଜିର ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି ।
ଭଦ୍ରକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବଡ଼ ବଡ଼ ପୂଜାମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି, ବିଶାଳ ତୋରଣ ଏବଂ ରଙ୍ଗବେରଙ୍ଗର ଆଲୋକସଜ୍ଜା କରାଯାଇଛି। କାଳୀପୂଜା ଅବସରରେ ଭଦ୍ରକ ସହରରେ ବିଭିନ୍ନ ଅପେରା, ମହାଯଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
📲Get App