🔥 ट्रेंडिंग ओल्ड दिल्ली में इमारत ढहने से 6 मौत, म... त्रिपुरा पुलिस ने बीएसएफ इकाई पर हमले... दिल्ली के खिड़की एक्सटेंशन में बेसमेंट... हिमाचल प्रदेश आयोग ने राज्य प्रशासनिक... शेंद्रा एमआयडीसीतील लेबर कॉन्ट्रॅक्टरच... दिल्ली में दिवाली के दिन वायु गुणवत्ता...
08 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ବରଗଡ଼ ଜିଲ୍ଲା ଝାରବନ୍ଧ ରେ ଜମି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କ ହତ୍ୟା

✍️ रिपोर्टर: UDDIPTA PRADHAN 🗓 08 नव. 2026, 08:05 AM 👁 26
शेयर करें: 💬 WhatsApp 📘 Facebook 𝕏 Post

ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗ୍ରାମରେ ଜମି ବିବାଦକୁ ନେଇ ୫୦ ବର୍ଷୀୟ ରାମଲାଲ କଲେତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି ରାମଲାଲ କଲେତ (୫୦)। ତାଙ୍କ ସ୍ତ୍ରୀ କାନ୍ତି କଲେତଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅଭିଯୋଗରୁ ଜଣାପଡ଼ିଛି ଯେ ଗତ ଗୁରୁବାର ରାତିରେ ରାମଲାଲ ବିଲରୁ ଧାନ ସଂଗ୍ରହ କରି ଖଳାକୁ ଆଣୁଥିଲେ। ବିଳମ୍ବିତ ରାତି ଯାଏଁ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ଜମିକୁ ଯାଇଥିଲେ। ସେଠାରେ ତାଙ୍କର ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସୂଚନା ପାଇ ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ଓ ଥାନାଧିକାରୀ ସଞ୍ଜୟ କୁମାର ପରିଡ଼ା ସାଇଣ୍ଟିଫିକ୍ ଟିମ୍ ସହ ହତ୍ୟାକାଣ୍ଡସ୍ଥଳରେ ତଦନ୍ତ କରିଛନ୍ତି। ସୂଚନାଯୋଗ୍ୟ, ମୃତକଙ୍କ ପାଖରେ ୫ ଜଣ ପୁଅ-ଝିଅ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣେ ଝିଅଙ୍କର ବିବାହ ହୋଇସାରିଛି। ରାମଲାଲଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି।
📲Get App