🔥 TRENDING साहनेवाल हलके में 'मिशन 2027' की तैयार... IIHM partners with Andhra Pradesh to b... KSRTC to run 908 special buses from Be... Andhra Pradesh to Count MPTC and ZPTC... Karnataka petrol samples reveal ethano... हजारीबाग में चोरी के दो घटनाओं में आरो...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପାଇଁ ଦୀପାବଳି ପାଳିବେନି ମୋହନ

✍️ Reporter: Deepak Mahapatra 🗓 07 Nov 2026, 02:36 PM 👁 15
Share: 💬 WhatsApp 📘 Facebook 𝕏 Post
ର: ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ପାଳନ ହେବନି ପବିତ୍ର ଦୀପାବଳି ଉତ୍ସବ । ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳୀ ଉତ୍ସବ ପାଳିତ ହେବ ନାହିଁ।
ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି, ଦୀପାବଳି ପାଳନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦୀପାବଳୀ ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ପ୍ରକାର ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବା ପାଇଁ ସମସ୍ତ ଶୁଭେଚ୍ଛୁ ତଥା ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ରହି ବିପର୍ଯ୍ୟୟ ପ୍ରଭାବିତଙ୍କ ସହାୟତାରେ ସହଯୋଗର ହାତ ବଢ଼ାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।
📲Get App