Local
ଗଞ୍ଜାମ ବନ୍ୟାଞ୍ଚଳ ବୁଲିଲେ ନବୀନ, ହିଞ୍ଜିଳିରେ “ନବୀନ ଫେରିଯାଅ” ପୋଷ୍ଟର୍
ଗଞ୍ଜାମ: ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି । ନବୀନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସମୟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେପଟେ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ “ନବୀନ ଗୋ ବ୍ୟାକ୍” ନାରା ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି । ଏହା ପୂର୍ବୁର ବନ୍ୟା ସମୟରେ “ନବୀନ ମିସିଂ” ବୋଲି ଲେଖାଯାଇଥିଲା ।
ନବୀନ ଆଜି ଶେରଗଡ଼, ଆସିକା, ହିଞ୍ଜିଳିକାଟୁ ଏବଂ ସୋରଡ଼ା ବନ୍ୟାଞ୍ଚଳ ବୁଲିଛନ୍ତି । ବନ୍ୟା ପ୍ରପୀଡ଼ିତଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ନବୀନ ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ନେଇ ଚିନ୍ତା ପ୍ରକଟ କରିଛନ୍ତି । କ୍ଷତି ତୁଳନାରେ ସରକାରୀ ସହାୟତା ଅତ୍ୟନ୍ତ ନଗଣ୍ୟ ଅଟେ । ସରକାର ପ୍ରୋ-ଆକ୍ଟିଭ୍ ହୋଇ କାମ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।