🔥 TRENDING ਜਪ੍ਹਉ ਜਿਨ੍ਰ ਅਰਜੁਨ ਦੇਵ ਗੁਰੂ ਫਿਰਿ ਸੰਕਟ ਜ... Diwali lights up Raigad as torches ill... Sanjay Raut raises NCP merger issue, s... નવી સિવિલ હોસ્પિટલમાં વર્ગ‑૪ કર્મચારીઓ... Uttar Pradesh Govt Mulls Rs 50,000 Wom... Delhi Court Orders Bullet‑Proof Jacket...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଜେଲ୍‌ରୁ ମିଳିଲା ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ

✍️ Reporter: Deepak Mahapatra 🗓 07 Nov 2026, 01:42 PM 👁 14
Share: 💬 WhatsApp 📘 Facebook 𝕏 Post
ଯାଜପୁର ରୋଡ୍ ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅବିନାଶ ବିଶ୍ୱାଳ। ତାଙ୍କ ଘର କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁରେ। ଏକ ପୋକ୍ସୋ ମାମଲାରେ ସେ ମାସେ ହେବ ଏହି ଜେଲ୍‌ରେ ଥିଲେ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଜେଲ ପରିସରରେ ଥିବା ମେଡିକାଲ ନିକଟରେ କଏଦୀ ଜଣକ ଏକ ଲୁହା ଗ୍ରୀଲ୍‌ରେ ପ୍ୟାଣ୍ଟ ସାହାଯ୍ୟରେ ଝୁଲି ପଡ଼ିଥିଲେ। ଜେଲ୍ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ୍‌ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୋରାଇ ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ପୁଲିସର ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
📲Get App