🔥 TRENDING Punjab hikes inflation allowance for c... Babu tmi khala અમરેલીના ગાવડકા ગામમાં ગાળો ન બોલવા મા... बिहार में लिवर प्रत्यारोपण की सफलता पर... Students mock 'smart schools' as they... Bihar Police Seize Over 600 Kg Illegal...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗ, ଡେରାବିଶ ବ୍ଲକର ବରିଷ୍ଠ କିରାଣି ଶଶିକାନ୍ତ ରଣାଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

✍️ Reporter: Deepak Mahapatra 🗓 07 Nov 2026, 02:51 PM 👁 16
Share: 💬 WhatsApp 📘 Facebook 𝕏 Post
କେନ୍ଦ୍ରାପଡ଼ା : ସରକାରୀ ଟଙ୍କା ଆତ୍ମସାତ କରି ନିଲମ୍ବିତ ହେଲେ କିରାଣି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ କିରାଣି ତଥା କ୍ୟାସିୟର ଶଶିକାନ୍ତ ରଣାଙ୍କୁ ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଥାଉକି ଶଶିକାନ୍ତ ରଣା ଡେରାବିଶ ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଚଞ୍ଚକତା କରି ପ୍ରାୟ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କା ସରକାରୀ ଅର୍ଥ ହଡ଼ପ କରିଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଥିଲା। ଏହା ପୂର୍ବରୁ ସେ ରାଜକନିକା ବ୍ଲକରେ ପ୍ରତିଷ୍ଠାନ କିରାଣି ଓ କୋଷାଧ୍ୟକ୍ଷ ଥିବା ବେଳେ ମଧ୍ୟ କର୍ମଚାରୀଙ୍କ ଦରମା ପାଣ୍ଠିରୁ ପ୍ରାୟ ୧ କୋଟି ୭ ଲକ୍ଷରୁ ଅଧିକ ଟଙ୍କା ବେଆଇନ ଭାବେ ଉଠାଣ କରିଥିବା ଅଭିଯୋଗ ହୋଇଛି। ସେ ମୋଟ ଉପରେ ୨ କୋଟିରୁ ଅଧିକ ସରକାରୀ ଟଙ୍କା ନିଜର ଓ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଜଣାପଡ଼ିଛି।
ଘଟଣା ସାମ୍ନାକୁ ଆସିବା ପରେ ଡେରାବିଶ ବିଡିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କୋଷାଗାର ଅଧିକାରୀ ନିର୍ଦ୍ଦେଶ ଦେଇଥିବା ବେଳେ ରାଜକନିକା କୋଷାଗାର ଅଧିକାରୀ ମଧ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଜିଲ୍ଲାପାଳ ରଘୁରାମ ଆର୍‌. ଆୟରଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଅତିରିକ୍ତ ତହସିଲଦାର, ରାଜସ୍ୱ ସହାୟକ, ସଦର ପୋଲିସ ଓ ଟେକ୍ନିକାଲ ଟିମ୍‌ର ଉପସ୍ଥିତିରେ ଅଫିସର ତାଲା ଭଙ୍ଗାଯାଇ ଭିତରେ ଯାଞ୍ଚ କରାଯାଇଥିଲା। ସ୍ପେଶାଲ ଅଡିଟ୍ ଟିମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରିଛି। କ୍ୟାସ୍ ରେଜିଷ୍ଟର, ଆକାଉଣ୍ଟ ଫାଇଲ ଏବଂ ବିଭିନ୍ନ ପ୍ରକଳ୍ପର କାଗଜପତ୍ର ଯାଞ୍ଚ ଚାଲିଛି।
ତେବେ ଏହି ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ କିରାଣି ଜଣକ ଫେରାର ଅଛନ୍ତି।
📲Get App