नौकरी
କଣ୍ଟାମାଳ ବିଡିଓ ନିଲମ୍ବିତ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କୁ ନିଲମ୍ବିତ। ଏନେଇ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ସରକାରୀ ଆଦେଶ।
ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ପ୍ରସ୍ତାବିତ ଥିବାରୁ ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ରହିବ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନର (ଆରଡିସି)ଙ୍କ କାର୍ଯ୍ୟାଳୟ। ଆରଡିସିଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ଜାରି କରାଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଏହି ନିଲମ୍ବନ ହୋଇଛି, ତାହା ସରକାରୀ ଆଦେଶରେ ସ୍ପଷ୍ଟ କରାଯାଇନାହିଁ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କିତ ଡ୍ରାଫ୍ଟ ଚାର୍ଜ ଓ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।