🔥 TRENDING મહેસાણા તાલુકાના ખેરવા ગામે ખેરવા જાયન... Life‑sentence inmate roams Thailand fo... ખાંભાના ડેડાણ ગામમાં યુવકને માર માર્યા... Wife Stabs Husband to Death in Domesti... વન વિભાગે ધારીના દેવળા ગામમાં બાળકી પર... 35-Year-Old PLA Member Wanted in UAPA...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଲାଞ୍ଚ ପାଇଁ ୯ ଇନ୍‌ଷ୍ଟ୍ରକ୍ଟରଙ୍କୁ ଧମକ ଦେଉଥିଲେ ଅଧ୍ୟକ୍ଷ; ଲକ୍ଷେ ୧୫ ମାଗିଥିଲେ, ୩୦ ନେଲା ବେଳେ ଧରାପଡ଼ିଲେ

✍️ Reporter: Deepak Mahapatra 🗓 07 Nov 2026, 02:44 PM 👁 14
Share: 💬 WhatsApp 📘 Facebook 𝕏 Post
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା। ଜଣେ ଅତିଥି ଇନ୍‌ଷ୍ଟ୍ରକ୍ଟରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଏହି ସରକାରୀ ଆଇଟିଆଇର ୯ ଜଣ ଅତିଥି ଇନ୍‌ଷ୍ଟ୍ରକ୍ଟରଙ୍କୁ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅତିଥି ଇନ୍‌ଷ୍ଟ୍ରକ୍ଟର ଭାବେ ଆଗକୁ ସେମାନଙ୍କୁ ନିୟୋଜିତ କରି ରଖିବାକୁ ତଥା ନିୟମିତ ଭାବେ ଦରମା ପ୍ରଦାନ କରିବାକୁ ସେ ଏହି ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ସେମାନଙ୍କୁ ଦରମା ନଦେବାକୁ ତଥା ବାହାର କରି ଦେବାକୁ ଅଧ୍ୟକ୍ଷ ଶ୍ରୀ ଦଳବେହେରା ଧମକ ଦେଇଥିଲେ।
ଅନ୍ୟ କୌଣସି ଉପାୟ ନପାଇ ଏହି ଅତିଥି ଇନ୍‌ଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଆଜି ଜଣେ ଅତିଥି ଇନ୍‌ଷ୍ଟ୍ରକ୍ଟର ଅଧ୍ୟକ୍ଷଙ୍କୁ ଭେଟି ୩୦ ହଜାର ଟଙ୍କା ଦେଇଥିଲେ। ଏହା ଥିଲା ସେ ମାଗିଥିବା ୧ ଲକ୍ଷ ୧୫ ହଜାର ଟଙ୍କର ପ୍ରଥମ କିସ୍ତି। ସେ ବଲାଙ୍ଗିର ରେଳ ଷ୍ଟେସନରେ ଏହି ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
ଏହା ପରେ ଅଧ୍ୟକ୍ଷ ଶ୍ରୀ ଦଳବେହେରାଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ରଖିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଅଧ୍ୟକ୍ଷଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
ସେହିପରି ଆଜି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍‌) ଅଧିକାରୀ। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପ୍ରୋବେସନ୍ ଅବଧିରେ ଥିବାବେଳେ ବାଲିଆପାଳରେ ସବ୍‌-ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଥିଲେ।
📲Get App