🔥 TRENDING सहारनपुर: गर्भवती महिला से गैंगरेप माम... Defence Minister Rajnath Singh to Visi... Sikkim High Court Suspends Mangan Dist... Mizoram to Train 5,500 Students in AI... Mizoram Limits Deepawali Celebrations... Home Department Promotes 6,800 Bihar P...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ବଢ଼ିଲା ପିଜି ସିଟ୍; ଜାଣନ୍ତୁ, କେଉଁଠି କେତେ ବଢ଼ିଲା

✍️ Reporter: Deepak Mahapatra 🗓 07 Nov 2026, 01:15 PM 👁 13
Share: 💬 WhatsApp 📘 Facebook 𝕏 Post
ରାଜ୍ୟରେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ବଢ଼ିଲା ପିଜି ସିଟ୍। ୩୧୮ଟି ମେଡିକାଲ ପିଜି ସିଟ୍ ବୃଦ୍ଧି କଲେ ରାଜ୍ୟ ସରକାର। ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ଏହି ସୂଚନା। ଏହା ଦ୍ୱାରା ରାଜ୍ୟରେ ବିଶେଷଜ୍ଞ ଡାକ୍ତର ସୃଷ୍ଟି ଓ ଉନ୍ନତ ସ୍ୱାସ୍ଥ୍ୟସେବାକୁ ଗତି ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ପୂର୍ବରୁ ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ମିଶି ପିଜି ସିଟ୍ ସଂଖ୍ୟା ୬୨୦ ଥିବା ବେଳେ ଏବେ ଏହା ୯୩୮କୁ ବୃଦ୍ଧି ପାଇଛି। ୫ଟି ସରକାରୀ ମେଡିକାଲ କଲେଜ ପ୍ରଥମଥର ପାଇଁ ପିଜି ସିଟ୍ ପାଇଛନ୍ତି।
କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ପୂର୍ବରୁ ୨୩୨ଟି ପିଜି ସିଟ୍ ଥିବା ବେଳେ ଏହାକୁ ଆହୁରି ୧୭ଟି ସିଟ୍ ଦିଆଯାଇଛି। ଫଳରେ ଏଠାରେ ପିଜି ସିଟ୍ ସଂଖ୍ୟା ୨୪୯କୁ ବୃଦ୍ଧି ପାଇଛି।
ବୁର୍ଲା ଭୀମ୍‌ସାରରେ ପୂର୍ବରୁ ୧୪୪ଟି ପିଜି ସିଟ୍ ଥିବା ବେଳେ ଏବେ ୧୫୫କୁ ବୃଦ୍ଧି ପାଇଛି। ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ପିଜି ସିଟ୍ ସଂଖ୍ୟାରେ କୌଣସି ବୃଦ୍ଧି କରାଯାଇନାହିଁ। ଏଠାରେ ୧୫୮ଟି ପିଜି ସିଟ୍ ଅଛି।
ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍‌ପିଟାଲରେ ପୂର୍ବରୁ ୨୦ଟି ପିଜି ସିଟ୍ ଥିବା ବେଳେ ଏବେ ଏହା ୫୩କୁ ବୃଦ୍ଧି ପାଇଛି। ଅର୍ଥାତ୍ ଏହି ମେଡିକାଲ କଲେଜ ଆହୁରି ୩୩ଟି ପିଜି ସିଟ୍ ପାଇଛି।
ବଲାଙ୍ଗିର ସ୍ଥିତ ବିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ୧୦ଟି ପିଜି ସିଟ୍ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୫୪ରେ ପହଞ୍ଚିଛି। ବାଲେଶ୍ୱର ଏଫଏମ ମେଡିକାଲ କଲେଜ ଓ ହସ୍‌ପିଟାଲରେ ପିଜି ସିଟ୍ ସଂଖ୍ୟା ୮ରୁ ୫୪କୁ ବୃଦ୍ଧି ପାଇଛି। ଏଠାରେ ଏକା ଥରକେ ୪୬ଟି ପିଜି ସିଟ୍ ବଢ଼ିଛି।
କଟକର ଏଏଚ୍‌ପିଜିଆଇସିରେ ୧୨ଟି ପିଜି ସିଟ୍ ଥିବା ବେଳେ ଏବେ ୧୫କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ସ୍ଥିତ ପିଜିଆଇଏମ୍‌ଇଆର ଓ କ୍ୟାପିଟାଲ ହସ୍‌ପିଟାଲେରେ ୩୬ଟି ପିଜି ସିଟ୍ ଥିବା ବେଳେ ଏବେ ଆଉ ୧୧ଟି ପାଇଛି। ଏଠାରେ ପିଜି ସିଟ୍ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି।
କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ପୂର୍ବରୁ ପିଜି ସିଟ୍ ନଥିବା ବେଳେ ଏଥର ୨୮ଟି ସିଟି ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଦୌ ପିଜି ସିଟ୍ ନଥିବା ବେଳେ ୨୨ଟି ସିଟି ପ୍ରଥମ ଥର ପାଇଁ ଦିଅଯାଇଛି।
କେନ୍ଦୁଝରର ଡିଡି ମେଡିକାଲ କଲେଜ ଓ ହସ୍‌ପିଟାଲ ଏବଂ ଅନୁଗୋଳର ତାଳଚେର ସ୍ଥିତ ପିଏମ୍‌ପି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଯଥାକ୍ରମେ ୪୪ ଓ ୩୨ଟି ପିଜି ସିଟ୍ ଦିଆଯାଇଛି। ଏହି ଦୁଇ ମେଡିକାଲ କଲେଜରେ ମଧ୍ୟ ପୂର୍ବରୁ ପିଜି ପାଠ୍ୟକ୍ରମ ନଥିଲା। କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏସ୍‌ଏଲ୍‌ଏସ୍ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲରେ ପୂର୍ବରୁ ପିଜି ସିଟ୍ ନଥିବା ବେଳେ ଏବେ ୨୭ଟି ଦିଆଯାଇଛି।
କଳାହାଣ୍ଡି, ଯାଜପୁର ଓ ପୁରୀରେ ଥିବା ସରକାରୀ ମେଡିକାଲ କଲେଜଗୁଡ଼ିକରେ ପିଜି ସିଟ୍ ନାହିଁ।
📲Get App