🔥 TRENDING अमेठी प्रशासन की बड़ी लापरवाही पर एक्श... Bombay HC Orders Restoration of Six St... Government launches digitisation of Gr... ਵੱਡੀ ਖ਼ਬਰ : PGI ਭੇਜੀ ਪਰਵਿੰਦਰ ਸਿੰਘ ਝੋਟਾ... ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଅଘଟଣ: ମାଛ... Nagaland Governor Named Chief Patron o...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା: ନଭେମ୍ବର ୩୦ରୁ ଡିସେମ୍ବର ୩୦ ଯାଏଁ କରିପାରିବେ ନୂଆ ନାମ ପଞ୍ଜିକରଣ ଓ ସଂଶୋଧନ

✍️ Reporter: Deepak Mahapatra 🗓 06 Nov 2026, 01:17 PM 👁 15
Share: 💬 WhatsApp 📘 Facebook 𝕏 Post
ଆସନ୍ତା ୨୦୨୭ ଜାନୁଆରୀ ୨୧ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ୨୦୨୭ ମସିହା ଜାନୁଆରୀ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରାଯାଇଛି ଓ ଯୋଗ୍ୟ ନାଗରିକମାନେ ୨୦୨୬ ନଭେମ୍ବର ୩୦ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିପାରିବେ।ରାଜ୍ୟରେ ସଠିକ୍ ଓ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ଫଟୋଭୋଟର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୨୦୨୭ ଜାନୁଆରୀ ୨୧ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ୨୦୨୭ ମସିହା ଜାନୁଆରୀ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରାଯାଇଛି ଓ ଯୋଗ୍ୟ ନାଗରିକମାନେ ୨୦୨୬ ନଭେମ୍ବର ୩୦ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନିଜର ନାମ ଯୋଡ଼ିବା ସହ ଆବଶ୍ୟକ ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଏହି କାର୍ଯ୍ୟସୂଚୀ ଅନୁସାରେ, ପ୍ରାଥମିକ ପ୍ରସ୍ତୁତି ଭାବେ ୨୦୨୬ ନଭେମ୍ବର ୨୦ ତାରିଖ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ନଭେମ୍ବର ୩୦ ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯାହା ପରେପରେ ମାସେବ୍ୟାପୀ ଦାବି ଓ ଆପତ୍ତି ଗ୍ରହଣ ପ୍ରକ୍ରିୟା ଚାଲିବ। ନାଗରିକମାନଙ୍କ ଦ୍ୱାରା ଦାଖଲ ହୋଇଥିବା ସମସ୍ତ ଆବେଦନ ତଥା ଅଭିଯୋଗଗୁଡ଼ିକର ଯାଂଚ ଓ ସମାଧାନ ୨୦୨୭ ଜାନୁଆରୀ ୧୬ ତାରିଖ ସୁଦ୍ଧା ଶେଷ କରାଯିବ। ଜାନୁଆରୀ ୨୧ ତାରିଖରେ ଚୂଡ଼ାନ୍ତ ତାଲିକା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ।
ଏହି ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରଗୁଡ଼ିକର ସୁବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ ବୁଥରେ ସର୍ବାଧିକ ୧୨୦୦ ଜଣ ଭୋଟର ରହିବ। ଭୌଗଳିକ ସୀମାକୁ ବିଚାର କରି ଆବଶ୍ୟକ ସ୍ଥଳେ ନୂଆ ମତଦାନ କେନ୍ଦ୍ର ସ୍ଥାପନ କରାଯିବ। ଭୋଟରମାନଙ୍କ ବଣ୍ଟନ ସମାନୁପାତିକ କରିବା ସହ କୌଣସି ଭୋଟରଙ୍କୁ ଯେପରି ମତଦାନ କେନ୍ଦ୍ରକୁ ଯିବା ପାଇଁ ଦୁଇ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବାକୁ ନପଡ଼େ କିମ୍ବା କୌଣସି ପ୍ରାକୃତିକ ପ୍ରତିବନ୍ଧକର ସମ୍ମୁଖୀନ ନହେବାକୁ ପଡ଼େ, ତାହା ସୁନିଶ୍ଚିତ କରିବା ଲାଗି କୁହାଯାଇଛି।
ଭୋଟରମାନଙ୍କ ସୁବିଧା, ସୁଗମ ପହଂଚ ଓ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଲୋକାଭିମୁଖୀ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ତେଣୁ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ତଥା ଏକ ନିର୍ଭୁଲ ଭୋଟର ତାଲିକା ଗଠନରେ ସହଯୋଗ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।
📲Get App