🔥 ट्रेंडिंग ଜ୍ଞାନୋଦୟ ଯୋଜନାର ବଡ଼ ସଫଳତା: ଓଡ଼ିଶାରେ ବଢ... रामायण बॉक्स ऑफिस डे 1: रणबीर-यश की फि... टाइगर श्रॉफ के गोलीबारी मामले पर अमित... बॉलीवुड अभिनेता: सबसे दिलचस्प भूमिकाएं... मयेम : गुरुद्वादशी के पावन अवसर पर विध... मुण्ड़ली रणजीतपुरा में सरपंच चुनाव
06 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ମିଳିଲା ଆଉ ୫ ମୃତଦେହ; ସମସ୍ତେ ଗୋଟିଏ ପରିବାରର

✍️ रिपोर्टर: Deepak Mahapatra 🗓 06 नव. 2026, 01:25 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗାଁରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ପଥର ଓ ମାଟି ତଳେ ଚାପି ହୋଇଥିବା ଲୋକଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଉଦ୍ଧାରକାରୀ ଦଳକୁ ଆଜି ମିଳିଛି ଆଉ ୫ ମୃତଦେହ। ସେମାନେ ସମସ୍ତେ ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରେ ୩ ଜଣ ଛୁଆ ଅଛନ୍ତି।
ସକାଳେ ୩ଟି ମୃତଦେହ ମିଳିଥିବା ବେଳେ ଅପରାହ୍ନରେ ଆଉ ୨ଟି ମୃତଦେହ ମିଳିଥିଲା। ସେମାନଙ୍କ ପରିବାର ଲୋକଙ୍କ ସହମତିରେ ସେହି ଭୂସ୍ଖଳନ ସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି।
ଯେଉଁ ମୃତକମାନଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଥିଲା, ସେମାନେ ହେଉଛନ୍ତି- ବିଜୟ ପ୍ରଧାନ, ତାଙ୍କ ପତ୍ନୀ ଭୂମିକା ପ୍ରଧାନ (୨୭), ପୁଅ ଅରୁଣ (୭) ପ୍ରଧାନ, ଦୁଇ ଝିଅ- ବିଜୟଲଷ୍ମୀ (୬) ଓ ରାଜଲକ୍ଷ୍ମୀ (୧)।
ପୂର୍ବରୁ ଗିଡ଼ିପାବାଲିରୁ ମାଟି ତଳୁ ୨ ଜଣକ ମରଶରୀର ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମରଶରୀର ଉଦ୍ଧାର ହୋଇଥିବାବେଳେ ଆହୁରି ୬ ଜଣଙ୍କ ମୃତଦେହ ମାଟି ତଳେ ରହିଥିବା କୁହାଯାଉଛି।
ଆଜି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ଅପରେସନ ଚଳାଇଥିଲେ। ୭ ଦିନ ଭିତରେ ୭ ମୃତଦେହ ମିଳିବା ପରେ ଉଦ୍ଧାରକାରୀ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।
ବାଲିଗୁଡ଼ାରୁ ଅଜିତ କୁମାର ନାୟକଙ୍କ ରିପୋର୍ଟ
📲Get App