🔥 ट्रेंडिंग सलेमपुर में दिखी भविष्य की तकनीक की झल... सलैया बॉर्डर पर अपर पुलिस अधीक्षक का आ... बीदर जिला पुलिस ने कावायत मैदान में सा... बीड़ जिला पुलिस ने सप्ताहिक कवायथ मीटि... सीसीटीएनएस टीम ने प्रदेश में हासिल किय... ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପିଲାଙ୍କୁ ମିଳିବ...
06 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଅଘଟଣ: ମାଛ ଧରିବାକୁ ଯାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

✍️ रिपोर्टर: Deepak Mahapatra 🗓 06 नव. 2026, 01:38 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ରେଙ୍ଗାଳି (ଅନୁଗୋଳ): ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଜଣେ ମାଛ ଧରାଳିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଏହି ଦୁଃଖଦ ଅଘଟଣଟି ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି।
ରାତି ୩ଟାରେ ଘଟିଲା ଅଘଟଣ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ନୀଳକଣ୍ଠ ଏକ ହୋଲି ଡଙ୍ଗା ସାହାଯ୍ୟରେ ରେଙ୍ଗାଳି ଡ୍ୟାମ୍ର ତଳ ପାର୍ଶ୍ୱରେ ଥିବା ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ତେବେ ନଦୀ ମଧ୍ୟରେ ମାଛ ଧରୁଥିବା ସମୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା।
ଅଗ୍ନିଶମ ବାହିନୀ ଓ ପୁଲିସର ତଦନ୍ତ ଜାରି ଅନ୍ୟ ମାଛ ଧରାଳିମାନେ ଘଟଣା ଦେଖି ତୁରନ୍ତ ନୀଳକଣ୍ଠଙ୍କୁ ନଦୀରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ରେଙ୍ଗାଳି ପୁଲିସ ଏବଂ କଣିହାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଡଙ୍ଗା ବୁଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
📲Get App