🔥 TRENDING मुख्यमंत्री योगी आदित्यनाथ ने दीपावली... AMRUT 2.0 એટલે શહેરી વિસ્તારો માટે અમૃ... गोव्याची दारू पुण्यात आणण्याचा डाव उधळ... गोव्याची दारू पुण्यात आणण्याचा डाव उधळ... पटाखे सावधानी से जलाएं, हादसा होने पर... ಇಂಗ್ಲಿಷ್ ಭಾಷಾ ಕೌಶಲ್ಯ ಮತ್ತು ಕಲಿಕೆಯ ಆಸಕ್...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଏହି ଜିଲ୍ଲାରେ ୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

✍️ Reporter: Deepak Mahapatra 🗓 05 Nov 2026, 12:39 PM 👁 15
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୭ ତାରିଖ ଯାଏ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଆକସ୍ମିକ ବନ୍ୟା ହେବା ଫଳରେ ଜିଲ୍ଲାର ୪୯୮ ସ୍କୁଲ ଓ ୧୦୩୨ ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସଫେଇ, ବିଶୋଧନ ଓ ମରାମତି ପାଇଁ ସ୍କୁଲ ଓ ଅଙ୍ଗନବାଡିଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
ଶିକ୍ଷାର୍ଥୀମାନଙ୍କ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲେ ହେଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ସ୍କୁଲରେ ଉପସ୍ଥିତ ରହିବେ ଓ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ତୁଲାଇବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ ପାଇଁ ଜିଲ୍ଲାରେ ତିନିଟି ପର୍ଯ୍ୟାୟରେ ଅକ୍ଟୋବର ୩ (ଗତକାଲି) ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା।
📲Get App