स्थानीय
କୋଟିଆରୁ ଫେରିଗଲା ପୁଲିଂ ପାର୍ଟି : ୮ ପ୍ଲାଟୁନ ଫୋର୍ସ ମୁତୟନ କଲା ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ପୁଣି ଚିଠି
କୋରାପୁଟ ଜିଲ୍ଲାର କୋଟିଆ ସୀମାବିବାଦ ଏବେ ନୂଆ ମୋଡ଼ ନେଇଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି ଆନ୍ଧ୍ରପ୍ରଦେଶ ସରକାର ଆସନ୍ତାକାଲି କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ଓ ମଣ୍ଡଳ ନିର୍ବାଚନ କରିବା ପାଇଁ ଯେଉଁ ପ୍ରସ୍ତୁତି କରିଥିଲେ ତାହା ବିଫଳ ହୋଇଛି। ଆନ୍ଧ୍ରର ଏଭଳି ଏକତରଫା ଦାଦାଗିରି ବିରୋଧରେ କୋଟିଆର ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ଆନ୍ଧ୍ରର ନିର୍ବାଚନୀ ପୋଷ୍ଟର ଚିରି ଫୋପାଡ଼ିବା ପରେ ଆନ୍ଧ୍ର ପୁଲିସ ଓ ପୁଲିଂ ପାର୍ଟି ଆଜି କୋଟିଆ ଛାଡ଼ିଥିବା ଜଣାପଡ଼ିଛି।
ଉପଜିଲ୍ଲାପାଳଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବେ ସମଗ୍ର କୋଟିଆ ଅଂଚଳକୁ ପୁଣିଥରେ ନିଜ ଦଖଲକୁ ନେଇଛି। ସୀମାନ୍ତରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥତି ଏଡ଼ାଇବା ପାଇଁ ଆଉ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି। ଆଉ ଏସବୁ ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିବାବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ସରକାର ନଭେମ୍ବର ୫ତାରିଖରେ କୋଟିଆରେ ମଣ୍ଡଳ ଓ ପଂଚାୟତ ନିର୍ବାଚନ କରିବା ନିମନ୍ତେ ପୁଲିଂ ପାର୍ଟି ମୁତୟନ ସହ ଅନ୍ୟାନ୍ୟ ପ୍ରସ୍ତୁତି କରିସାରିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଓ କୋରାପୁଟ ଜିଲ୍ଲା ପ୍ରଶାସନର ଚାପ ପରେ ଏହି ପୁଲିଂ ପାର୍ଟି ଫେରିଯାଇଥିବା ଜଣାପଡ଼ିଛି। ଏପରିକି ରାଜ୍ୟର ସ୍ୱାର୍ଥ ସବୁଦଳର ନେତା ଓ କର୍ମୀମାନେ କୋଟିଆରେ ଏକଜୁଟ ହୋଇ ସୀମା ଜଗିଛନ୍ତି ।ଏହାସହିତ କୋଟିଆରେ ଆସନ୍ତାକାଲି ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ ଥିବା ସୂଚନା ମିଳିଛି।
ଏପଟେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରହସନକୁ କୌଣସି ପରିସ୍ଥିତିରେ ବି ସଫଳ ହେବାକୁ ଦିଆଯିବ ନାହିଁ। ଆଇନ ଉଲ୍ଲଂଘନ କରୁଥିବା ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଦାଏର କରାଯାଇଛି ଓ ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। କୋଟିଆରେ ରାସ୍ତାଘାଟ, ସ୍କୁଲ ଓ ସମସ୍ତ ମୌଳିକ ଭିତ୍ତିଭୂମି ଓଡ଼ିଶା ହିଁ ନିର୍ମାଣ କରିଛି। ସେଠାରେ ଓଡ଼ିଶାର କାର୍ଯ୍ୟରତ ସରପଂଚ ତଥା ସମିତି ସଭ୍ୟ ରହିଛନ୍ତି। କୋଟିଆରେ ଆନ୍ଧ୍ରର ଗୋଟିଏ ହେଲେ ପ୍ରଶାସନିକ କାର୍ଯ୍ୟାଳୟ ନାହିଁ କିମ୍ବା ପୋଲିସ ଚେକପୋଷ୍ଟ ନାହିଁ। ଗତଥର ଏକ ଚର୍ଚ୍ଚ ଭିତରେ ବେଆଇନ ଭାବେ ପୋଲିଂ ଷ୍ଟେସନ କରି ନିର୍ବାଚନ କରିବାକୁ ଚେଷ୍ଟା କରାଯାଇଥିବାବେଳେ, ଏଥର କୋଟିଆ ଭିତରେ ଗୋଟିଏ ବି ପୋଲିଂ ଷ୍ଟେସନ କରିବାକୁ ସୁଯୋଗ ଦିଆଯାଇ ନାହିଁ। କେବଳ କୋଟିଆ ନୁହେଁ, ଅନ୍ୟ ସମସ୍ତ ସୀମାନ୍ତ ବିବାଦୀୟ ସ୍ଥାନ ଉପରେ ମଧ୍ୟ ସରକାର କଡ଼ା ନଜର ରଖିଛନ୍ତି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଟିଆ ପ୍ରସଙ୍ଗରେ ଏବେ ରାଜ୍ୟର ସମସ୍ତ ରାଜନୀତିକ ଦଳ ଗୋଟିଏ ସ୍ୱରରେ ଏକାଠି ହୋଇ ସେମାନଙ୍କର ବିରୋଧ ଦର୍ଶାଉଛନ୍ତି।
ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଟିଆ(Kotia) ବିବାଦ କୌଣସି ନୂଆ ଘଟଣା ନୁହେଁ। ୧୯୪୭ରେ ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ବିବାଦ ରହିଆସିଛି। ୧୯୩୬ ମସିହାରେ ଭାଷାଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେବା ଦିନଠାରୁ ଏହି ପ୍ରସଙ୍ଗ ଅସମାହିତ ହୋଇ ପଡ଼ିରହିଛି। ୨୦୦୬ ମସିହାରେ ଉଭୟ ଆନ୍ଧ୍ର ଓ ଓଡ଼ିଶାକୁ ସେଠାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ବଳପୂର୍ବକ ନିର୍ବାଚନ କରିବାକୁ ଚେଷ୍ଟା କରୁଥିବାରୁ ଏକ ଗମ୍ଭୀର ସାମ୍ବିଧାନିକ ସଙ୍କଟ ଉପୁଜିଛି।
ଅନ୍ୟପକ୍ଷରେ କୋଟିଆ ସ୍ଥିତିକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ଉଦବେଗ ଜଣାଇଛନ୍ତି। ଗତ ଅକ୍ଟୋବର ୧୯ରେ ସେ ଲେଖିଥିବା ପତ୍ରର ଉତ୍ତର ଅକ୍ଟୋବର ୨୭ରେ ମୁଖ୍ୟମନ୍ତ୍ରୀ ଦେଇଥିବାବେଳେ, ତୃଣମୂଳ ସ୍ତରରେ ଓଡ଼ିଶା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ବୋଲି ନବୀନ ଦର୍ଶାଇଛନ୍ତି।
ଓଡ଼ିଶାବାସୀଙ୍କ ବିରୋଧ ସତ୍ତ୍ୱେ ଆସନ୍ତାକାଲି ଆନ୍ଧ୍ର ନିର୍ବାଚନ କରାଇବାକୁ ଆଗକୁ ବଢ଼ୁଥିବାରୁ, କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ତୁରନ୍ତ କଥାବାର୍ତ୍ତା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶା ଓ ଆନ୍ଧ୍ର ଉଭୟ ରାଜ୍ୟ ଏନଡିଏ ମେଣ୍ଟ ଦ୍ୱାରା ଶାସିତ ହେଉଥିବାରୁ, ବିଜେପି ନିଜ ୨୦୨୪ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କର ଏକ ନୈତିକ ଦାୟିତ୍ୱ ବୋଲି ସେ ଚେତାଇ ଦେଇଛନ୍ତି। ବିଜେପି ନେତୃତ୍ୱ ନିଜ ନିର୍ବାଚନୀ ପ୍ରତିଶ୍ରୁତିର ସମ୍ମାନ ରଖି କୋଟିଆ ପ୍ରସଙ୍ଗରେ ତୁରନ୍ତ ଫଳପ୍ରଦ ପଦକ୍ଷେପ ନେବେ ବୋଲି ନବୀନ କହିଛନ୍ତି।
ସେପଟେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ସହ କଂଗ୍ରେସ ଛିଡ଼ା ହୋଇଛି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। କୋର୍ଟଙ୍କ ଆଦେଶ ଅବମାନନା କରୁଥିବା ଆନ୍ଧ୍ର ବିରୋଧରେ ଦୃଢ଼ ପଦକ୍ଷେପ ନେବା ଓ କୋଟିଆବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଏବଂ ବିକାଶମୂଳକ ଯୋଜନା ଲାଗୁ କରିବାକୁ ସେ ଦାବି କରିଛନ୍ତି। କେବଳ ଉଭୟ ରାଜ୍ୟର ପୋଲିସ ବଳ ଲଗାଇ ଯୁଦ୍ଧ ସ୍ଥିତି ସୃଷ୍ଟି କଲେ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।