🔥 TRENDING Meghalaya CM Lays Foundation Stone for... Universal AI University Celebrates 15t... Assam CM Himanta Biswa Sarma Criticize... Congress Unveils 51 Candidates for Aga... India to Build Rs 1.3 Lakh‑Crore Railw... Ziro, Arunachal Pradesh Farmers Send O...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ରାତିରେ ରାଜି, ସକାଳେ ମନା: ଗିଡ଼ିପାବାଲିରେ ହୋଇପାରିନି ୧୧ ନିଖୋଜଙ୍କ ପ୍ରତୀକାତ୍ମକ ସଂସ୍କାର

✍️ Reporter: Deepak Mahapatra 🗓 05 Nov 2026, 01:13 PM 👁 19
Share: 💬 WhatsApp 📘 Facebook 𝕏 Post
ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଥିବା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲିରେ ସୃଷ୍ଟି ହୋଇଛି ନୂଆ ଅନିଶ୍ଚିତତା। ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ୧୧ ଜଣ ନିଖୋଜଙ୍କ ପ୍ରତୀକାତ୍ମକ ସଂସ୍କାର ହୋଇପାରି ନାହିଁ। "ଆମକୁ ଶବ ଦରକାର, ମାଟି ଭିତରୁ ଆମ ଲୋକଙ୍କୁ ବାହାର କର"— ଏଭଳି ଜିଦ୍ ଧରି ପରିବାରବର୍ଗ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇବାରୁ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ନିରାଶ ହୋଇ ଫେରିଆସିଛନ୍ତି।
ଆଲୋଚନା ଓ ପ୍ରଶାସନିକ ପ୍ରସ୍ତୁତି ସୂଚନାନୁସାରେ, ପ୍ରବଳ ବର୍ଷା ଯୋଗୁଁ ଗିଡ଼ିପାବାଲିରେ ଭୂସ୍ଖଳନ ଘଟି ୧୩ ଜଣ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ, ଏସ୍ଓଜି, ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ରେଳବାଇର ୩ଟି ଇଞ୍ଜିନିୟରିଂ ଟିମ୍ ଦ୍ୱାରା ବହୁ କଷ୍ଟରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବାକି ୧୧ ଜଣଙ୍କ ପତ୍ତା ମିଳିନଥିଲା। ବର୍ଷା ଓ ପୁନଃ ଭୂସ୍ଖଳନର ଭୟ ଥିବାରୁ ଉଦ୍ଧାର କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା।
ଗତକାଲି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାପାଳ କିଲାପଙ୍ଗା ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳରେ ପହଞ୍ଚି ନିଖୋଜଙ୍କ ପରିବାରବର୍ଗଙ୍କ ସହ ସହାଣୁଭୂତିମୂଳକ ଆଲୋଚନା କରିଥିଲେ। ୧୧ ଜଣଙ୍କ ପ୍ରତୀକାତ୍ମକ ସତ୍କାର ପରେ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ପରିବାର ସଦସ୍ୟମାନେ ସମ୍ମତି ପ୍ରକାଶ କରିଥିଲେ।
ଶେଷ ମୁହୂର୍ତ୍ତରେ ବଦଳିଲା ନିଷ୍ପତ୍ତି ପ୍ରଶାସନିକ ସମ୍ମତି ଅନୁଯାୟୀ, ନିଖୋଜମାନଙ୍କ ଫଟୋ ଫ୍ରେମ୍ ପ୍ରସ୍ତୁତ କରାଯାଇଥିଲା। ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ରଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଆଜି ସକାଳ ୮ଟାରେ ସତ୍କାର ସାମଗ୍ରୀ ଧରି ଦୁର୍ଗମ ପାହାଡ଼ିଆ ରାସ୍ତାରେ ପ୍ରାୟ ୩ ଘଣ୍ଟା ଚାଲି ଭୂସ୍ଖଳନ ସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେଠାରେ ପରିବାରବର୍ଗ ହଠାତ୍ ପ୍ରତୀକାତ୍ମକ ସଂସ୍କାର ପାଇଁ ମନା କରିଦେଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ଜିଦ୍ ଧରିଥିଲେ। ପ୍ରଶାସନିକ ବୁଝାସୁଝା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଦଳ ଫେରିଆସିବାକୁ ବାଧ୍ୟ ହୋଇଥିଲା।
୧୧ ନିଖୋଜ ଓ ଭବିଷ୍ୟତ ଅନିଶ୍ଚିତତା ଘଟଣାସ୍ଥଳରୁ ରବି ମଲ୍ଲିକ ଓ ସନମାନ ପ୍ରଧାନଙ୍କ ଶବ ଉଦ୍ଧାର କରାଯାଇ ପୂର୍ବରୁ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି। ମାତ୍ର ବଳଦେବ ପ୍ରଧାନ, ବିଜୟ ପ୍ରଧାନ, ପ୍ରତାପ ପ୍ରଧାନ, ଜୟନ୍ତୀ ପ୍ରଧାନ, ପଦ୍ମା ପ୍ରଧାନ, ଦୁର୍ଗାସିନୀ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ, ଚିମ୍ପୁ ପ୍ରଧାନ, ତାରାବତୀ ପ୍ରଧାନ ଏବଂ ସୁମିତ୍ରା ପ୍ରଧାନଙ୍କ ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରିନାହିଁ। ପରିବାରଲୋକଙ୍କ ଜିଦ୍ ଏବଂ ପ୍ରତିକୂଳ ପରିବେଶ ମଧ୍ୟରେ ଆଗକୁ ଉଦ୍ଧାର କାର୍ଯ୍ୟ କିପରି ଆଗେଇବ, ସେ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
📲Get App