🔥 TRENDING पंचायत समिति फतेहगढ़ में बीजेपी ने वार... ഫുട്ബാൾ ടൂർണമെന്റ് നടത്തും गोव्याची दारू पुण्यात आणण्याचा डाव उधळ... Headlines Today ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବିଶ୍ୱାସରେ ବିଷ ଦେ... ଚୌଦ୍ୱାର ଜେଲ୍‌ର ପୂର୍ବତନ ମହିଳା ଜେଲରଙ୍କୁ...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

୪୩ ବର୍ଷ ପରେ ସରକାରୀ ଖାତାକୁ ଫେରିଲା ୮୦୦ କୋଟିର ଜମି

✍️ Reporter: Deepak Mahapatra 🗓 05 Nov 2026, 12:43 PM 👁 13
Share: 💬 WhatsApp 📘 Facebook 𝕏 Post
କଟକ ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ଵାର ତହସିଲର ଜଗତପୁର ଗୋଲେଇଛକ ସନ୍ନିକଟ ତରୋଳ ମୌଜାରେ ଥିବା ୬୨.୭୨ ଏକର ସରକାରୀ ଜମିକୁ ନେଇ ଦୀର୍ଘ ୪୩ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ଅବସାନ ଘଟିଛି। ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ଏହି ଜମି ଉପରେ ଦାବି କରିଥିବା ଆବେଦନକାରୀଙ୍କ ରିଭିଜନ୍ ମାମଲାକୁ ଖାରଜ କରିବା ସହ ଜମିକୁ ସରକାରୀ ଖାତାରେ ପୂର୍ବବତ୍ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଦାଲତର ନଭେମ୍ବର ୩ ତାରିଖର ରାୟ ଅନୁଯାୟୀ, ଏହି ଜମିକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପିତ ଦଲିଲ ଓ ତଥ୍ୟ ଆଇନଗତ ମାଲିକାନା କିମ୍ବା ରାୟତି ଅଧିକାର ପ୍ରମାଣ କରିବାରେ ସକ୍ଷମ ହୋଇନାହିଁ। ଫଳରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପୂର୍ବ ଆଦେଶକୁ ବଳବତ୍ତର ରଖାଯାଇଛି।
ଆବେଦନକାରୀମାନେ ୧୯୪୫ ମସିହାର ଏକ ପଞ୍ଜୀକୃତ ଲିଜ୍ ଆଧାରରେ ଅନାବାଦୀ ଜମି ଉପରେ ଅଧିକାର ଦାବି କରିଥିଲେ। ଏହି ଲିଜ୍ ଜଣେ ଘରୋଇ ବ୍ୟକ୍ତିଙ୍କ ସପକ୍ଷରେ ଏକ ଝୋଟ କଳ ପ୍ରତିଷ୍ଠା ଉଦ୍ଦେଶ୍ୟରେ କରାଯାଇଥିବା ଦାବି ହୋଇଥିଲା। କିନ୍ତୁ ଅଦାଲତ ତାଙ୍କ ପକ୍ଷରୁ ଉପସ୍ଥାପିତ ୧୯୦୫ ମସିହାର ଇଚ୍ଛାପତ୍ର ଓ ଅନ୍ୟାନ୍ୟ ଦଲିଲକୁ ବିଚାର କରି ଦର୍ଶାଇଛନ୍ତି ଯେ, ପୂର୍ବତନ ଜମିଦାରଙ୍କ ବିଧବା, ଯିଏ କି ସଂପୃକ୍ତ ବ୍ୟକ୍ତିଙ୍କୁ ଲିଜ୍ ପ୍ରଦାନ କରିଥିଲେ, ତାଙ୍କର ଉକ୍ତ ଜମି ଉପରେ କେବଳ ଉପଭୋଗ କରିବାର ଅଧିକାର ଥିଲା ଏବଂ ସମ୍ପତ୍ତିର ମୂଳ ମାଲିକାନାକୁ ସ୍ଥାୟୀ ଭାବେ ହସ୍ତାନ୍ତର କରିବାର କୌଣସି ଅଧୂକାର ନଥିଲା । ତେଣୁ ତାଙ୍କ ପକ୍ଷରୁ କିମ୍ବା ତାଙ୍କ କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଲିଜ୍ ଆଧାରରେ ସ୍ଥାୟୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ଦାବି ଆଇନସଙ୍ଗତ ନୁହେଁ।
ପୁରୁଣା ପଟ୍ଟା, ଜମାବନ୍ଦୀ ଓ ଖଜଣା ରସିଦ ଆଦି ଖଜଣା ଆଦାୟ କରିବାର ମାଧ୍ୟମ; ଏହାଦ୍ୱାରା ନିଜସ୍ୱ ମାଲିକାନା କିମ୍ବା ରୟତି ଅଧିକାର ସୃଷ୍ଟି ହୁଏ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଏଥିସହ ଜମିରେ ପ୍ରାୟତଃ ଖୋଲା ଜାଗା, ମନ୍ଦିର, ଶିଳ୍ପାନୁଷ୍ଠାନ ଓ ଇଡକୋ ରାସ୍ତା ଥିବା ନେଇ ଟାଙ୍ଗୀ-ଚୌଦ୍ବାର ତହସିଲଦାରଙ୍କ ଦ୍ବାରା କ୍ଷେତ୍ର ସରଜମିନ୍ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଆବେଦନକାରୀଙ୍କ ଦାବି ଅନୁଯାୟୀ, ମାମଲା ଜମିରେ କୌଣସି ଝୋଟକଳ କିମ୍ବା କୃଷି କାର୍ଯ୍ୟ କରାଯାଉନାହିଁ। ଏହି କାରଣରୁ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନର ଧାରା-୮(୧) ଅନୁଯାୟୀ ଆବେଦନକାରୀଙ୍କୁ ପ୍ରଜା ବୋଲି ବିବେଚିତ କରିବାର ଦାବି ଅଗ୍ରହଣୀୟ ବୋଲି ପ୍ରମାଣିତ ହୋଇଥିଲା।
ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଦାଲତ ଆହୁରି ଦର୍ଶାଇଛନ୍ତି ଯେ, ୦୧.୦୫.୧୯୫୪ ତାରିଖରେ ଜମିଦାରୀ ଉଚ୍ଛେଦ ପରେ ସମ୍ପୃକ୍ତ ଜମି ରାଜ୍ୟ ସରକାରଙ୍କ ନିକଟରେ ନ୍ୟସ୍ତ ହୋଇଥିଲା। ଜମିଟି ଅନାବାଦୀ ଓ ଅଣ-ରୟତି ପ୍ରକୃତିର ହୋଇଥିବାରୁ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନର ଧାରା ୫ ଅନୁଯାୟୀ ସରକାରଙ୍କ ନିକଟରେ ନ୍ୟସ୍ତ ହୋଇଥିଲା। ଜମିଦାରୀ ଉଚ୍ଛେଦ ପୂର୍ବରୁ ଆବେଦନକାରୀମାନେ ଜମିରେ ଚାଷବାସ କିମ୍ବା ଦଖଲରେ ଥ‌ିବା ନେଇ ମଧ୍ୟ କୌଣସି ଠୋସ୍ ପ୍ରମାଣ ଦେଇପାରିନଥିଲେ I
ଉଲ୍ଲେଖଯୋଗ୍ୟ, ୧୯୮୩ ମସିହାରେ ଆରମ୍ଭ ହୋଇଥିବା ଏହି ମାମଲାରେ ରାଜ୍ୟ ସରକାର ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନର ଧାରା ୫ ଅନୁଯାୟୀ ଜମି ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ରାଜସ୍ୱ ଅଦାଲତ ଦେଇ ଗତି କରିଥିଲା। ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ୨୦୨୨ ମସିହାର ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀମାନେ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ନିକଟରେ ଜମିଦାରୀ ଉଚ୍ଛେଦ ଆଇନର ଧାରା ୩୮(ବି) ଅନୁଯାୟୀ ରିଭିଜନ୍ ଦାଖଲ କରିଥିଲେ I ସମସ୍ତ ଦଲିଲ, ରାଜସ୍ୱ ରେକର୍ଡ, ତଦନ୍ତ ରିପୋର୍ଟ ଓ ଆଇନଗତ ଯୁକ୍ତିର ଶୁଣାଣି ଏବଂ ବିଚାର କରି ଅଦାଲତ ଆବେଦନକାରୀଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି।
ଏଥିସହ ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ସମ୍ପୃକ୍ତ ୬୨.୭୨ ଏକର ଜମି ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୮୦୦ କୋଟିରୁ ଊର୍ଦ୍ଧ୍ୱ ହେବ, ଏହାକୁ ସରକାରୀ ଖାତାରେ “ଆବାଦ ଯୋଗ୍ୟ ଅନାବାଦୀ ବାଦୀ" ଭାବେ ପୂର୍ବବତ୍ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମକଦ୍ଦମା ଜମି କଟକ ମହାନଗର ନିଗମ ପରିସରଭୁକ୍ତ ହୋଇଥିବାରୁ, ଏହାକୁ ବିଭିନ୍ନ ଉନ୍ନୟନମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ବୋଲି ସରକାରୀ ପକ୍ଷ କୋର୍ଟରେ ମତ ଦେଇଥିଲେ। ଏହି ରାୟକୁ ସରକାରୀ ଜମିର ସୁରକ୍ଷା ଓ ସାର୍ବଜନୀନ ସମ୍ପଭିର ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ଦେଖାଯାଉଛି। ଏହି ରାୟ ପରେ କଟକ ଜିଲ୍ଲାପାଳ ଉକ୍ତ ଜମିକୁ ନିଜ ଦଖଲକୁ ନେଇଛନ୍ତି।
📲Get App