🔥 ट्रेंडिंग गंगापुर सिटी में SBI शाखा से 10‑20 रुप... ग्राम पंचायत केशरपुरा पाटन सरपंच प्रत्... ਨਸ਼ਾ ਪੀੜਤਾਂ ਨੂੰ ਹੁਨਰ ਸਿਖਾ ਕੇ ਰੁਜ਼ਗਾਰ ਨ... रिंकू मीणा को राष्ट्रीय मानवाधिकार परि... ರಾಯಚೂರು ಕೃಷಿ ವಿವಿಗೆ ಕೃಷಿ ರತ್ನ ಪ್ರಶಸ್ತಿ... ರಾಯಚೂರು ಕೃಷಿ ವಿವಿಗೆ ಕೃಷಿ ರತ್ನ ಪ್ರಶಸ್ತಿ...
04 नव. 2026•
ગુજરાતી मराठी ਪੰਜਾਬੀ বাংলা
विदेश

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା, ସିନେଟରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଡେମୋକ୍ରାଟିକ୍

✍️ रिपोर्टर: Deepak Mahapatra 🗓 04 नव. 2026, 01:41 PM 👁 13
शेयर करें: 💬 WhatsApp 📘 Facebook 𝕏 Post
ୱାଶିଂଟନ: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଦଳ ରିପବ୍ଲିକାନ ପାର୍ଟୀକୁ ଶକ୍ତ ଝଟକା ଲାଗିଛି । ବୁଧବାର ହୋଇଥିବା ମତଗଣନାରେ ଡେମୋକ୍ରାଟିକ ପାର୍ଟୀ ଉଭୟ ଗୃହରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଡେମୋକ୍ରାଟିକକୁ ସ୍ପଷ୍ଟ ବହୁମତ
ଆମେରିକା ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ୪୩୫ ଆସନ ଏବଂ ସିନେଟ୍ ବା ଉଚ୍ଚ ସଦନର ୩୫ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏହା ସହ ୩୬ଟି ରାଜ୍ୟର ଗଭର୍ଣ୍ଣର ପଦ ପାଇଁ ମତଦାନ ହୋଇଥିଲା । ଆମେରିକା ସଂସଦର ଉଭୟ ଗୃହରେ ସଂଖ୍ୟା ଗରିଷ୍ଠତା ରଖିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଏକ ବଡ଼ ଧରଣର ଝଟକା ପାଇଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ଡେମୋକ୍ରାଟିକ୍ ପାର୍ଟି ସିନେଟରେ ୫୩ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଛି । ସିନେଟରେ ମୋଟ୍‌ ୧୦୦ଟି ଆସନ ରହିଛି । କିନ୍ତୁ ରିପବ୍ଲିକାନକୁ ମାତ୍ର ୪୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନ୍ୟପକ୍ଷରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ଡେମୋକ୍ରାଟିକ୍ ୧୯୭ଟି ଆସନ ସହ ବେଶ୍ ଆଗରେ ରହିଛି । ରିପବ୍ଲିକାନ ଖାତାକୁ ମାତ୍ର ୧୧୪ଟି ଆସନ ଯାଇଛି ।

୩୩ ବର୍ଷ ପରେ ଟେକ୍ସାସ୍ କବଜା କଲା ଡେମୋକ୍ରାଟିକ୍
ସବୁଠାରୁ ବଡ଼ ଝଟକା ରିପବ୍ଲିକାନକୁ ଟେକ୍ସାସରେ ଲାଗିଛି । ରିପବ୍ଲିକାନ ହାତରୁ ନିଜର ଗଡ଼ ଯାଇଛି । ପ୍ରାୟ ତିନି ଦଶନ୍ଧି ଧରି ଟେକ୍ସାସକୁ ନିଜର ଗଡ଼ କରି ରଖିଥିଲା ଦଳ । କିନ୍ତୁ ଏଥର ଡେମୋକ୍ରାଟିକ୍ ଟେକ୍ସାସକୁ ଅକ୍ତିଆର କରିଛି । ଡେମୋକ୍ରାଟିକ୍ ପାର୍ଟୀର ପ୍ରାର୍ଥୀ ଜେମ୍ସ ଟାଲାରିକୋ, ରିପବ୍ଲିକାନ୍ କେନ୍ ପେକ୍ସଟନଙ୍କୁ ହରାଇଛନ୍ତି । ଟେକ୍ସାସରେ ଡେମୋକ୍ରାଟିକ୍ ପାର୍ଟି ଶେଷ ଥର ପାଇଁ ୧୯୯୩ ମସିହାରେ ବିଜୟର ସ୍ୱାଦ ଚାଖିଥିଲା । ପ୍ରାୟ ୩୩ ବର୍ଷ ପରେ ଦଳ ପୁଣି ଥରେ ରିପବ୍ଲିକାନ ଗଡ଼କୁ ନିଜ ଅଧିନକୁ ନେଇଛି । ଜେମ୍ସ ଟାଲାରିକୋ ଜଣେ ପୂର୍ବତନ ବିଧାୟକ ଏବଂ ବିଦ୍ୟାଳୟ ଶିକ୍ଷକ ଅଟନ୍ତି । ସେ ସିନେଟର ସବୁଠାରୁ କନିଷ୍ଠ ସଦସ୍ୟ ଅଟନ୍ତି ।

ସେହିପରି ଟ୍ରମ୍ପଙ୍କ ଘନିଷ୍ଠ କୁହାଯାଉଥିବା ଦୁଇ ଜଣ ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ ଓହାୟୋ ଗଭର୍ଣ୍ଣର ନିର୍ବାଚନରେ ଏମୀ ଏକ୍ଟନଙ୍କଠାରୁ ପରାସ୍ତ ହୋଇଛନ୍ତି । ସେହିପରି ସାଉଥ୍ କୌରୋଲିନା ସିନେଟ୍ ଆସନରେ ଟ୍ରମ୍ପଙ୍କ ଦଳର ପ୍ରାର୍ଥୀ ଡାର୍ଲିନ ଗ୍ରାହମଙ୍କୁ ଡେମୋକ୍ରାଟିକ୍ ପ୍ରାର୍ଥୀ ଏନୀ ଏଣ୍ଡ୍ରୟୁଜ ହରାଇଛନ୍ତି ।
📲Get App