🔥 ट्रेंडिंग ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ, ଦୁଇ ଦିନ... ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଖବର ପାଇ... ದಾವಣಗೆರೆಯ ನಿವಾಸದಲ್ಲಿ ಸಾರ್ವಜನಿಕರು ಹಾಗೂ... ଧରାପଡ଼ିଲା ଏଡିଇଓଙ୍କ ଜାଲିଆତି, ନିଲମ୍ବନ କଲେ... ଟ୍ରେନ୍‌ରୁ ଅପହରଣ ଘଟଣା: ୯ ଜଣଙ୍କୁ ଆଜୀବନ କ... ମୋବାଇଲ ଚୋର ସନ୍ଦେହରେ ହତ୍ୟା, ୪ ଗିରଫ
04 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ମୋବାଇଲ ଚୋର ସନ୍ଦେହରେ ହତ୍ୟା, ୪ ଗିରଫ

✍️ रिपोर्टर: Deepak Mahapatra 🗓 04 नव. 2026, 01:02 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଚାଞ୍ଚଲ୍ୟ। ମୋବାଇଲ ଚୋର ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ। ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଛି।
ଘଟଣା ଘଟିଛି ବାଦାମପାହାଡ଼ ଥାନା ଚାଁଉରାଡ଼ିହି ଗାଁରେ। ସୂଚନା ଅନୁଯାୟୀ, ଦଶହରା ସମୟରେ କଦଳୀବାଡ଼ି ଗାଁର ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନ୍ ହଜି ଯାଇଥିଲା। କଣ୍ଟାଷଲା ଗାଁର ବାରଜୁ ଦେହୁରୀ(୩୦) ତାଙ୍କ ମୋବାଇଲ ଫୋନ୍ ଚୋରି କରିଥିବା ସେ ସନ୍ଦେହ କରୁଥିଲେ।
ଗତ ରବିବାର ସନ୍ଧ୍ୟାରେ ୪ ଜଣ ବ୍ୟକ୍ତି ବାଇକ ଯୋଗେ ବାଦାମପାହାଡ଼ ଥାନା ଅଞ୍ଚଳର କଣ୍ଟାଷଲା ଗାଁକୁ ଆସିଥିଲେ ଓ ବାରଜୁ ଦେହୁରୀଙ୍କୁ ବଳପୂର୍ବକ ବାଇକ୍‌ରେ ବସାଇ ନେଇଯାଇଥିଲେ। ସେମାନେ ନିକଟସ୍ଥ ଚାଁଉରାଡିହି ଗାଁ ଛକରେ ବାରଜୁଙ୍କୁ ନିସ୍ତୁକ ପିଟିବା ସହିତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ସେଠାରେ ଛାଡ଼ି ପଳାଇଥିଲେ।
ଗତକାଲି (ସୋମବାର) ସକାଳେ ଏନେଇ ସୂଚନା ପାଇବା ପରେ ପରିବାର ଲୋକମାନେ ବାରଜୁଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣା ନେଇ ବାଦାମପାହାଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି। ଏହା ସହିତ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
📲Get App