🔥 TRENDING ଟ୍ରେନ୍‌ରୁ ଅପହରଣ ଘଟଣା: ୯ ଜଣଙ୍କୁ ଆଜୀବନ କ... ମୋବାଇଲ ଚୋର ସନ୍ଦେହରେ ହତ୍ୟା, ୪ ଗିରଫ Assam Sahitya Sabha High-Level Committ... Jharkhand to launch AI portal tracking... ਏਸ਼ੀਅਨ ਚੈਂਪੀਅਨ ਟਰਾਫੀ ਦੇ ਅੱਜ ਹੋਣਗੇ ਸੈਮੀ... Jharkhand Gangs Recruit Shooters via S...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
ଧାନ କଟାରେ ଶ୍ୱଶୁରଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ, ଭୂସ୍ଖଳନରେ ଚାଲିଗଲା ଜୀବନ
Lifestyle

ଧାନ କଟାରେ ଶ୍ୱଶୁରଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ, ଭୂସ୍ଖଳନରେ ଚାଲିଗଲା ଜୀବନ

✍️ Reporter: Deepak Mahapatra 🗓 04 Nov 2026, 01:01 PM 👁 7
Share: 💬 WhatsApp 📘 Facebook 𝕏 Post
ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗାଁରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ପଥର ଓ ମାଟି ତଳେ ଚାପି ହୋଇଥିବା ଲୋକଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ଏହି ଭୂସ୍ଖଳନରେ ଜୀବନ ହରାଇଛନ୍ତି ସନମାନ ପ୍ରଧାନ, ଯାହାଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ମାଟି ତଳୁ ବାହାର କରିଥିଲେ।
ଗିଡ଼ିପାବାଲି ହେଉଛି ତାଙ୍କ ଶ୍ୱଶୁର ଘର। ଶ୍ୱଶୁର ରବି ମଲିକଙ୍କ ଅନୁରୋଧରେ ଗତ ମାସ ୨୨ ତାରିଖରେ ଆସିଥିଲେ ଗିଡ଼ିପାବାଲି। ଧାନ କାଟିବାରେ ସହାୟତା କରିବାକୁ ସନମାନଙ୍କୁ ଡାକିଥିଲେ ଶ୍ୱଶୁର। ତାଙ୍କ ସହିତ ଆସିଥିଲେ ସ୍ତ୍ରୀ ରିନିମା ପ୍ରଧାନ ଓ ଦୁଇ ଯମଜ ପୁଅ।
ଘଟଣା ଦିନ ରାତିରେ ସମସ୍ତେ ଖାଇପିଇ ଘରେ ଶୋଇଥିଲେ। ରାତିରେ ସେମାନେ ଜାଣିବାକୁ ପାଇଲେ ଯେ ପାହାଡ଼ରୁ ପଥର ସବୁ ଖସି ଆସୁଛି। ତେଣୁ ସନମାନଙ୍କ ସମେତ ପରିବାରର ସମସ୍ତେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ହେଲେ ମୋବାଇଲ ଫୋନ୍ ଓ ଛୁଆଙ୍କ ଖାଦ୍ୟ ରହି ଯାଇଥିଲା ଘରେ। ସେଗୁଡ଼ିକୁ ଆଣିବାକୁ ସନମାନ ପୁଣି ଘରକୁ ଫେରିଥିଲେ। ଆଉ ସେତିକିବେଳେ ପାହାଡ଼ରୁ ଧସି ଆସିଥିବା ପଥର ଓ କାଦୁଅ ତାଙ୍କ ଘର ଉପରେ ମାଡ଼ି ଯାଇଥିଲା। ଘର ଭୁଶୁଡ଼ି ପଡ଼ିଥିଲା ଓ ତା ଭିତରେ ଚାଲି ଯାଇଥିଲା ସନମାନଙ୍କ ଜୀବନ। ବହୁ କଷ୍ଟରେ ଉଦ୍ଧାରକାରୀ ଦଳ ତାଙ୍କ ମୃତଦେହକୁ ବାହାର କରିଥିଲେ।
📲Get App