🔥 TRENDING मुंबई उच्च न्यायालयाने बीएमसीला दिया म... કૌશલ્ય વિકાસને પ્રોત્સાહન આપતો માન. મુ... હિંમતનગરમાં રાષ્ટ્રીય એકતા દિવસની ઉજવણ... Haryana teen awarded Rs 18,000 by mobi... Haryana Roadways Employees to Strike N... Deccan Gold Mines Uncovers 4 Million T...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ

✍️ Reporter: Deepak Mahapatra 🗓 03 Nov 2026, 12:56 PM 👁 13
Share: 💬 WhatsApp 📘 Facebook 𝕏 Post
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସ୍ନାୟୁ ଶଲ୍ୟ (ନ୍ୟୁରୋ ସର୍ଜରୀ) ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ଆଜି ରାତି ୯ଟା ୧୫ ମିନିଟରେ ପରଲୋକ ହୋଇଯାଇଛି। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
ଡାକ୍ତର ମହାପାତ୍ରଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିଲା। ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିଲା। ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ପୁରୀ ଜିଲ୍ଲା ବୀରଗୋବିନ୍ଦପୁରରେ ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ଜନ୍ମ ହୋଇଥିଲେ ଡାକ୍ତର ଅଶୋକ କୁମାର ମହାପାତ୍ର। ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରୁ ସେ ଏମବିବିଏସ ପଢ଼ା ଶେଷ କରି ଥିଲେ। ୪ ଦଶନ୍ଧିରୁ ଅଧିକ ସମୟ ଧରି ସେ ଚିକିତ୍ସା ସେବାରେ ନିଜକୁ ନିୟୋଜିତ କରିଥିଲେ।
ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଡାକ୍ତର ମହାପାତ୍ର। ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଥିଲେ। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ନ୍ୟୁରୋ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବରେ ସେ କାର୍ଯ୍ୟ କରିଥିଲେ।
୨୦୨୪ରେ ତାଙ୍କୁ ଭାରତର ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ୨୦୧୭ରେ ଡାକ୍ତର ମହାପାତ୍ର ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ଅପରେସନ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। ୧୬ ଘଣ୍ଟା ଧରି ଚାଲିଥିଲା ଏହି ଅପରେସନ।
ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
📲Get App