🔥 ट्रेंडिंग इलाहाबाद प्रकरण को लेकर बेगसराय सिविल... रायबरेली में 17 वर्षीय किशोर का शव नाल... लुथरा भाइयों ने 25 पीड़ितों को 20 लाख... गोवा ने उच्च न्यायालय के आदेश पर सुप्र... गोवा ने 2027 के चुनाव से पहले अनुसूचित... अमर फाल्कन नागालैंड पहुंचे, अफ्रीका की...
03 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ନିଖୋଜ ଅଛନ୍ତି ନବୀନ ପଟ୍ଟନାୟକ ! ହିଞ୍ଜିଳିରେ ଲାଗିଲା ପୋଷ୍ଟର

✍️ रिपोर्टर: Deepak Mahapatra 🗓 03 नव. 2026, 01:29 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାଁରେ 'ମିସିଙ୍ଗ' ପୋଷ୍ଟରକୁ ନେଇ ବର୍ତ୍ତମାନ ରାଜ୍ଯ ରାଜନୀତି ସରଗରମ ହୋଇ ଉଠିଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବସ୍ ସ୍ଟାଣ୍ଡରେ କିଛି ଅଜ୍ଞାତ ଲୋକ ଏହି ପୋଷ୍ଟର ଲଗାଇଛନ୍ତି ବୋଲି ସୂଚନା ରହିଛି ।
ପୋଷ୍ଟରର କାରଣ ହେଉଛି ନିକଟରେ ଆସିଥିବା ବାତ୍ୟା ଓ ବନ୍ୟା ପରିସ୍ଥିତି ସମୟରେ ହିଞ୍ଜିଳିର ବିଧାୟକ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହି ପୋଷ୍ଟର ଲଗାଇଥିବା ଅନୁମାନ କରାଯାଉଛି।
ଏହି ପୋଷ୍ଟରକୁ ନେଇ ଶାସକ ବିଜେପି ନେଇ ପ୍ରଶ୍ନ ଉଠାଇଛି ଯେ, ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ଏବଂ ହିଞ୍ଜିଳିର ପ୍ରତିନିଧିତ୍ୱ କରୁଥିବା ନେତା ତଥା ବିଧାୟକ ବିପତ୍ତି ସମୟରେ ଲୋକଙ୍କ ସୁଖ-ଦୁଃଖ ବୁଝିବାକୁ କାହିଁକି ଆସିଲେ ନାହିଁ? ବୋଧ ହୁଏ ଲୋକମାନେ କ୍ଷୋଭ ପ୍ରକାଶ କରି ଏହି ପୋଷ୍ଟର ଲଗାଇଛନ୍ତି।
ଅନ୍ୟପଟେ ବିଜେଡିର ସଫେଇ ଦେଇ କହିଛି ଯେ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରହି ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗରେ ଅଛନ୍ତି ଏବଂ ସ୍ଥିତି ସମୀକ୍ଷା କରୁଛନ୍ତି। ଏହା ସହିତ ସେ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଦଳର ଏକ ବରିଷ୍ଠ ପ୍ରତିନିଧି ଦଳକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଓ ସହାୟତା ପାଇଁ ପଠାଇଛନ୍ତି।
📲Get App