🔥 TRENDING રાજ્યના નાયબ મુખ્યમંત્રી શ્રી હર્ષભાઈ... Headlines हत्याकांड: हरदोई के चार दोस्त दुर्गागं... मुंबई उच्च न्यायालयाने बीएमसीला दिया म... કૌશલ્ય વિકાસને પ્રોત્સાહન આપતો માન. મુ... હિંમતનગરમાં રાષ્ટ્રીય એકતા દિવસની ઉજવણ...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

୮ ଲକ୍ଷ ୬୩ ହଜାର ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ କରି ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ

✍️ Reporter: Deepak Mahapatra 🗓 03 Nov 2026, 01:06 PM 👁 13
Share: 💬 WhatsApp 📘 Facebook 𝕏 Post
୮ ଲକ୍ଷ ୬୩ ହଜାର ୨୦୦ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ତଥା ବର୍ତ୍ତମାନ ସୋରଡ଼ା ତହସିଲରେ କାର୍ଯ୍ୟରତ ସଦାଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।
ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା। ୨୦୨୩ ଡିସେମ୍ବରରୁ ୨୦୨୫ ଅଗଷ୍ଟ ମଧ୍ୟରେ ଏହି ଆର୍ଥିକ ଅନିୟମିତତା ହୋଇଥିଲା। ସେତେବେଳେ ସଦାଶିବ ପ୍ରଧାନ ସେଠାରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଥିଲେ।
ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଯେ ଏହି ସମୟ ମଧ୍ୟରେ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ପ୍ରଧାନ ସରକାରୀ ରସିଦ ବହି ଜରିଆରେ ରେଡ୍‌କ୍ରସ ପାଣ୍ଠି ପାଇଁ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ସଂଗ୍ରହ କରିଥିଲେ। ନିୟମ ଅନୁଯାୟୀ ସଂଗୃହୀତ ଅର୍ଥକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଛତ୍ରପୁର ଶାଖାରେ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପରିବର୍ତ୍ତେ ସେ ସମସ୍ତ ଅର୍ଥ ନିଜସ୍ୱ ସ୍ୱାର୍ଥ ପାଇଁ ଆତ୍ମସାତ୍ କରିଥିଲେ।
ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।
📲Get App