🔥 TRENDING સુરતમાં 22 વર્ષીય પુત્રીએ કૂકરના ઢાંકણ... गाज़ीपुर थाने ने मुंशी पुलिया चौराहा म... ਪੰਜਾਬ ਵਿੱਚ 5 ਤਰੀਕ ਨੂੰ ਸਿੱਧੂ ਨੇ ਵੱਡਾ ਐਲ... અંકલેશ્વરની શ્યામ એન્ટરપ્રાઇઝમાં કેમિક... બાબરા, ગુજરાતમાં 21 વર્ષીય યુવતી તેજસ્... NLMC targets ₹15,000 crore asset monet...
04 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜୁମ୍ଡାଙ୍ଗ ଓଡ଼ିଶାର ଅଂଶ, ସୀମା ବିବାଦରେ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ; ୫ରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର

✍️ Reporter: Sukumar Mandal 🗓 03 Nov 2026, 11:40 PM 👁 20
Share: 💬 WhatsApp 📘 Facebook 𝕏 Post
### ଜୁମ୍ଡାଙ୍ଗ ଓଡ଼ିଶାର ଅଂଶ, ସୀମା ବିବାଦରେ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ; ୫ରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି, ୩ ନଭେମ୍ବର : ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜୁମ୍ଡାଙ୍ଗ ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ସମସ୍ୟାକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଜୁମ୍ଡାଙ୍ଗ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ରାଜ୍ୟ ସୀମା ମଧ୍ୟରେ ରହିଥିବା ବେଳେ ଏଥିରେ କୌଣସି ଦ୍ୱନ୍ଦ୍ୱ ନଥିବା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସ୍ପଷ୍ଟ କରିଛନ୍ତି।

ଜିଲ୍ଲାପାଳ କହିଛନ୍ତି ଯେ, ଗୋଟିଏ ରାଜ୍ୟର ନାଗରିକ ଅନ୍ୟ ରାଜ୍ୟର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ବେଆଇନ। ନିର୍ବାଚନ ସମ୍ବନ୍ଧୀୟ ନିୟମ ଅନୁଯାୟୀ ଏହା ଗ୍ରହଣୀୟ ନୁହେଁ। ତେଣୁ ସୀମାନ୍ତ ଅଞ୍ଚଳର ବାସିନ୍ଦାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶା-ଆନ୍ଧ୍ର ସୀମାରେ ବାରିକେଡ୍ ନିର୍ମାଣ ସହ ପୋଲିସ ମୁତୟନ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ।

ଅନ୍ୟପକ୍ଷରେ ଜୁମ୍ଡାଙ୍ଗ ଓ ଧୂଳିପୁଟ ଅଞ୍ଚଳର ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆସନ୍ତା ୫ ତାରିଖରେ ଜୁମ୍ଡାଙ୍ଗଠାରେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ। ଏହି ଶିବିରରେ ଓଜିଏଲଏସ୍, ବସୁନ୍ଧରା ଆଦି ଯୋଜନା ମାଧ୍ୟମରେ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ।

ଏଥିସହ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟାର ସମାଧାନ, ନିକଟସ୍ଥ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ଏବଂ ଅଞ୍ଚଳରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ।

ଏହି ସମ୍ପର୍କରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗଲୁ, ଚିତ୍ରକୋଣ୍ଡା ବ୍ଲକ୍ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ପୂର୍ବତନ ବିଧାୟକ ମାନସ ମାଡ଼କାମୀ ଏବଂ ଧୂଳିପୁଟ ପଞ୍ଚାୟତର ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ସୀମାନ୍ତ ଅଞ୍ଚଳର ସମସ୍ୟାର ସ୍ଥାୟୀ ସମାଧାନ ସହ ଲୋକଙ୍କୁ ସରକାରୀ ସୁବିଧା ଯୋଗାଇଦେବା ଦିଗରେ ପ୍ରଶାସନର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି।
📲Get App