🔥 ट्रेंडिंग इलाहाबाद प्रकरण को लेकर बेगसराय सिविल... रायबरेली में 17 वर्षीय किशोर का शव नाल... लुथरा भाइयों ने 25 पीड़ितों को 20 लाख... गोवा ने उच्च न्यायालय के आदेश पर सुप्र... गोवा ने 2027 के चुनाव से पहले अनुसूचित... अमर फाल्कन नागालैंड पहुंचे, अफ्रीका की...
03 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି

✍️ रिपोर्टर: Deepak Mahapatra 🗓 03 नव. 2026, 01:19 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଚାଲୁ ରହିଥିବା ଘରକୁ ଘର (Door-to-Door) ସର୍ଭେ କାର୍ଯ୍ୟ ପ୍ରଭାବିତ ହୋଇଛି। ଏହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ଭେ ସମ୍ପୂର୍ଣ୍ଣ କରିବାରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ କମିଶନଙ୍କ ଦୃଷ୍ଟିକୁ ଆସିଛି।
ଏହି ପରିସ୍ଥିତିକୁ ବିଚାରକୁ ନେବା ସହ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ଏବଂ ସର୍ଭେ କାର୍ଯ୍ୟରେ ସଠିକତା ଓ ସମ୍ପୂର୍ଣ୍ଣତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ଘରକୁ ଘର ସର୍ଭେ କାର୍ଯ୍ୟ ସମାପ୍ତିର ସମୟସୀମା ବୃଦ୍ଧି କରାଯାଇଛି।
ସଂଶୋଧିତ ସମୟସୀମା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୨୧, ୨୦୨୬ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଜାରି ରହିବ। ପୂର୍ବରୁ ଏହି ସର୍ଭେ କାର୍ଯ୍ୟ ସମାପ୍ତିର ଶେଷ ତାରିଖ ୦୭.୧୦.୨୦୨୬ ରହିଥିଲା।
ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ତିନୋଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ଭେ କାର୍ଯ୍ୟରେ ନିୟୋଜିତ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ସର୍ଭେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଧାର୍ଯ୍ୟ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ସହ କାର୍ଯ୍ୟ ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ସମୟସୀମା ବୃଦ୍ଧି କେବଳ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରଯୁଜ୍ୟ ହେବ। ଘରକୁ ଘର ସର୍ଭେ ସମ୍ପର୍କରେ କମିଶନଙ୍କ ପକ୍ଷରୁ ପୂର୍ବରୁ ଜାରି ଅନ୍ୟ ସମସ୍ତ ନିର୍ଦ୍ଦେଶାବଳୀ ଅପରିବର୍ତ୍ତିତ ରହିବ ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍, ଭୁବନେଶ୍ୱରରେ ପହଞ୍ଚିଲେ ୮ ସଦସ୍ୟ
📲Get App