🔥 ट्रेंडिंग Mehbooba Mufti atton Nc and pdp presid... Aligarh News:- जनपद में बड़ी कार्रवाई:... એકતાનગરમાં ભારત પર્વ-૨૦૨૬ની ભવ્ય ઉજવણી... एशियन स्कूल में जूनियर स्पोर्ट्स डे का... चार धाम के लिए हेलीकॉप्टर उड़ानें नई स... बेंगलुरु में 2 नवंबर को सोना‑चांदी की...
02 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ

✍️ रिपोर्टर: Deepak Mahapatra 🗓 02 नव. 2026, 01:06 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ କୃପାସିନ୍ଧୁ ବାଗ। ତାଙ୍କୁ ରେଙ୍ଗାଲି ଅଞ୍ଚଳରୁ ଗିରଫ କରିଛି ବୁର୍ଲା ପୁଲିସ। ଆକ୍ରମଣରେ ବ୍ୟବହାର କରାଯାଇଥିବା ଛୁରୀକୁ ପୁଲିସ ତାଙ୍କଠାରୁ ଜବତ କରିଛି।
ଅଭିଯୁକ୍ତ କୃପାସିନ୍ଧୁ ବାଗ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଠିକା ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କିଛି ଦିନ ତଳେ ତାଙ୍କୁ ଚାକିରିରୁ ବାହାର କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଯୋଜନାବଦ୍ଧ ଭାବେ ପ୍ରଫେସର ଶ୍ରୀ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ପରିସରରେ ତାଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ।
ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତକାଲି ପ୍ରଫେସର ସତ୍ୟନାରାୟଣ ସାହୁ ରସାୟନ ବିଜ୍ଞାନ ବିଭାଗକୁ ପ୍ରବେଶ କରୁଥିବା ସମୟରେ କୃପା ବାଗ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ପୂର୍ବରୁ ସେଠାରେ ଛକି ରହିଥିଲେ। ସେ ଛୁରୀରେ ପ୍ରଫେସରଙ୍କ ଛାତିକୁ ଆକ୍ରମଣ କରିଥିଲେ। ତେବେ ପ୍ରଫେସର ତାଙ୍କ ହାତକୁ ଧରି ପକାଇଥିଲେ। ଆଉ ଅଳ୍ପ ସମୟର ଧସ୍ତାଧସ୍ତି ଭିତରେ ଛୁରୀଟି ତାଙ୍କ ପେଟରେ ବାଜିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେ ବିପଦମୁକ୍ତ ଅଛନ୍ତି।
📲Get App