🔥 ट्रेंडिंग तीन एएपी के विद्रोही नेता भाजपा में शा... तीन एएपी विधायक पंजाब में बीजेपी में श... बेंगलुरु में 'बहुत तीखा' नूडल्स पर असम... कोलकाता फटाफट परिणाम 2 नवंबर को ऑनलाइन... झारखंड महिला फुटबॉल लीग 2‑20 नवंबर, वि... झारखंड के सेराइकेला में महिला की हत्या...
02 नव. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଏହି ଜିଲ୍ଲାରେ ୪ ଯାଏ ସ୍କୁଲ,କଲେଜ ଛୁଟି

✍️ रिपोर्टर: Deepak Mahapatra 🗓 02 नव. 2026, 12:57 PM 👁 22
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ‘ମୁରାସୁ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆସନ୍ତାକାଲିଠାରୁ ୪ ତାରିଖ ଯାଏ ମାଲକାନଗିରି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଗ୍ରୀ କଲେଜ ଗୁଡ଼ିକ ମଧ୍ୟ ବନ୍ଦ ରହିବ। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ତେବେ ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ସ୍କୁଲ/କଲେଜରେ ଉପସ୍ଥିତ ରହିବେ। ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବେ। ଆବଶ୍ୟକ ହେଲେ ଉଦ୍ଧାର କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବ।
ସ୍କୁଲ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ କୌଣସି ବୋର୍ଡ/କାଉନସିଲ ଅବା ବିଶ୍ୱବିଦ୍ୟାଳୟର କିଛି ପରୀକ୍ଷା ଥିଲେ, ସେଗୁଡ଼ିକୁ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ କରିବାକୁ କୁହାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି (ନଭେମ୍ବର ୨) ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଅଧିକ ବର୍ଷା ହେବ ୩ ଓ ୪ ତାରିଖରେ। ୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୧୨ରୁ ୨୦ ସେମି) ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୪ ତାରିଖରେ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୧୨ରୁ ୨୦ ସେମି) ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତୀବ୍ର ହେଉଛି ‘ମୁରାସୁ’
ବଙ୍ଗୋପସାଗରରେ ଅଧିକ ତୀବ୍ର ହେବାରେ ଲାଗିଛି ବାତ୍ୟା ‘ମୁରାସୁ’। କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ‘ମୁରାସୁ’। ୨ ତାରିଖ ମଧ୍ୟରାତି ଓ ୩ ଭୋର୍‌ରେ ଏହା ଉପକୂଳ ଅତିକ୍ରମ କରିବ। ଦକ୍ଷିଣ ଆନ୍ଧ୍ର ଉପକୂଳର ନେଲୋର-ନର୍ସାପୁର ମଧ୍ୟରେ ଅତିକ୍ରମ କରିବ ଭୀଷଣ ବାତ୍ୟା ‘ମୁରାସୁ’। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ। ସେହିପରି ଘଣ୍ଟାପ୍ରତି ୧୨୦ କିମି ବେଗରେ ବହିପାରେ ଝଟ୍‌କା ପବନ।
‘ମୁରାସୁ’ ପ୍ରଭାବ ଓଡ଼ିଶା ଉପରେ ଅପେକ୍ଷାକୃତ କମ୍ ରହିବ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ଅର୍ଣ୍ଣବ ଅପେକ୍ଷା ‘ମୁରାସୁ’ର ପ୍ରଭାବ ଅପେକ୍ଷାକୃତ କମ୍ ରହିବ। ଅର୍ଣ୍ଣବ ଲ୍ୟାଣ୍ଡଫଲ୍ କରିଥିବା ସ୍ଥାନରୁ ୧୫୦ କିମି ତଳେ ଅତିକ୍ରମ କରିପାରେ ‘ମୁରାସୁ’। ‘ଅର୍ଣ୍ଣବ’ ଅତିଭୀଷଣ ବାତ୍ୟା ଥିଲା ଓ ଏହାର ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୫୦ କିମି ଥିଲା। ‘ମୁରାସୁ’ରେ ପବନର ବେଗ ସର୍ବାଧିକ ୧୨୦ କିମି ରହିବ। ତେଣୁ ପ୍ରଭାବ ଅପେକ୍ଷାକୃତ କମ୍ ରହିବ। ‘ମୁରାସୁ’ ପ୍ରଭାବରେ କାଲିଠୁ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ରହିବ ୫୦ କିମି। ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୬୦ କିମି ରହିବ। ଗଞ୍ଜାମ, ଗଜପତି ଜିଲ୍ଲାରେ ପବନର ବେଗ ରହିବ ୬୦ କିମି। ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହେବ। କିନ୍ତୁ ଅର୍ଣ୍ଣବ ଭଳି ବର୍ଷା ହେବନି, ତଥାପି ଭୂସ୍ଖଳନ ଆଶଙ୍କା ରହିଛି।
📲Get App