ମୋଟୁ ରେଞ୍ଜରେ ରେଡିଓ କଲାର୍ ଲାଗିଥିବା ବାଘ, ସତର୍କ ରହିବାକୁ ଗ୍ରାମବାସୀଙ୍କୁ ବନ ବିଭାଗର ପରାମର୍ଶ
ମାଲକାନଗିରି, ୨ ନଭେମ୍ବର : ପାପିକୋଣ୍ଡା ଅଞ୍ଚଳରୁ ଆସିଥିବା ରେଡିଓ କଲାର୍ ଲାଗିଥିବା ଏକ ବାଘ ବର୍ତ୍ତମାନ ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ରେଞ୍ଜରେ ଚଳପ୍ରଚଳ କରୁଛି। ଏନେଇ ମାଲକାନଗିରି ବନଖଣ୍ଡ ଅଧିକାରୀ ସାଇ କିରଣ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।
ବାଘର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ନିର୍ଦ୍ଦେଶାବଳୀ ଅନୁସାରେ ବାଘର ଗତିବିଧି ଉପରେ ନିରୀକ୍ଷଣ କରାଯିବା ସହ ଆଖପାଖ ଗ୍ରାମଗୁଡ଼ିକରେ ବନ ବିଭାଗ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି।
ଗ୍ରାମବାସୀମାନଙ୍କୁ ସତର୍କ ରହିବା, ବିପଦପୂର୍ଣ୍ଣ ଅଞ୍ଚଳକୁ ନଯିବା ଏବଂ ବାଘକୁ ଦେଖିଲେ ତାହାର ନିକଟକୁ ନଯିବା କିମ୍ବା ଉତ୍ତେଜିତ ନକରିବାକୁ ପରାମର୍ଶ ଦିଆଯାଇଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ଏବଂ ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ଏଥିସହ ବାଘକୁ ଦେଖିବା, ନୂଆ ପାଦଚିହ୍ନ କିମ୍ବା କୌଣସି ଅସ୍ୱାଭାବିକ ଗତିବିଧି ଲକ୍ଷ୍ୟ କଲେ ତୁରନ୍ତ ନିକଟସ୍ଥ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ବନ ବିଭାଗର ସମସ୍ତ ସୁରକ୍ଷା ପରାମର୍ଶ ପାଳନ କରିବାକୁ ମଧ୍ୟ ଅଧିକାରୀ ଅନୁରୋଧ କରିଛନ୍ତି।