🔥 TRENDING Altaf kaloo assumes charge at Civil Se... India Dominates 46th Tammer Tournament... 8-Member Central Team to Visit Odisha... Andhra Pradesh braces for Cyclone Mura... India's east coast faces back-to-back... Shailendra Kumar appointed Chief Secre...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପୋଖରୀରେ ବୁଡ଼ି ୩ ଶିଶୁ ମୃତ

✍️ Reporter: Deepak Mahapatra 🗓 02 Nov 2026, 01:01 PM 👁 12
Share: 💬 WhatsApp 📘 Facebook 𝕏 Post
ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଭଦରେଶ୍ୱର ଥାନା ଗୋପାଳପୁରରେ ଘଟିଛି ଏହି ଘଟଣା। ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଭାଇ।
ମୃତକମାନେ ହେଉଛନ୍ତି, ସଲମାନ ଖାନ, ଜିସାନ ଖାନ ଓ ଅରହମ ଖାନ। ସଲମାନ ଓ ଜିସାନ ଦୁଇ ଭାଇ। ସଲମାନ ଏଲ୍‌କେଜିରେ ଓ ଜିସାନ ୟୁକେଜିରେ ପଢୁଥିଲେ। ଅରହମ ନର୍ସରୀରେ ପଢୁଥିଲେ।
ଆଜି ସକାଳେ ଘର ପାଖରେ ଏହି ୩ ଶିଶୁ ଖେଳୁଥିଲେ। ଘର ପାଖରେ ପୋଖରୀଟିଏ ଅଛି। ସେମାନେ ଖେଳାଖେଳି କରିବା ବେଳେ କୌଣସି କାରଣରୁ ପୋଖରୀ ଭିତରକୁ ଚାଲି ଯାଇଥିଲେ ଓ ବୁଡ଼ି ଯାଇଥିଲେ।
ତିନୋଟି ଛୁଆ ହଠାତ୍ ନିଖୋଜ ହୋଇଯିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପ୍ରଥମେ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖିଥିଲେ। ଏହା ପରେ ଅଗ୍ନିଶମ ବାହିନୀର ସହାୟତାରେ ପୋଖରୀରେ ଖୋଜାଖୋଜି କରିବାରୁ ଅନ୍ୟ ଦୁଇ ଛୁଆଙ୍କ ମୃତଦେହ ମିଳିଥିଲା।
ଗାଁ ଲୋକଙ୍କ କହିବା ଅନୁଯାୟୀ, ପୋଖରୀରେ କଇଁ ଫୁଲ ଫୁଟିଛି। ସେହି ଫୁଲ ଆଣିବାକୁ ହୁଏତ ଏହି ୩ ଛୁଆ ପୋଖରୀ ଭିତରକୁ ପଶି ଥିଲେ ଓ ବୁଡ଼ି ଯାଇଥିଲେ।
ଭଦରେଶ୍ୱର ପୁଲିସ ଘଟଣାର ତଦନ୍ତ କରୁଛି।
📲Get App