ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ ମାଲକାନଗିରି ପ୍ରଶାସନର ବ୍ୟାପକ ପ୍ରସ୍ତୁତି ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟରେ ଜରୁରୀ ବୈଠକ, ୨ରୁ ୪ ନଭେମ୍ବର ଯାଏଁ ମଦ ଦୋକାନ ବନ୍ଦ
ମାଲକାନଗିରି, ୧ ନଭେମ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ବା ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ନେଇ ବିଭିନ୍ନ ବିଭାଗକୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାର ପାହାଡ଼ିଆ, ଭୂସ୍ଖଳନପ୍ରବଣ ଓ ବନ୍ୟାପ୍ରବଣ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ବିଡିଓ, ତହସିଲଦାର, ପିଇଓ ଓ ରାଜସ୍ୱ ନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଏଥିରେ ସ୍ୱତନ୍ତ୍ର ପ୍ରାଥମିକତା ଦିଆଯିବ। ବିପଜ୍ଜନକ ରାସ୍ତା, ତଳିଆ ପୋଲ ଓ ସମ୍ବେଦନଶୀଳ ସ୍ଥାନରେ ଟ୍ରାଫିକ ଡାଇଭର୍ସନ ବ୍ୟବସ୍ଥା ସହ ଆଶ୍ରୟସ୍ଥଳୀ ଓ ରାସ୍ତାରେ ଆଲୋକ ବ୍ୟବସ୍ଥା କରାଯିବ। ଭୂସ୍ଖଳନପ୍ରବଣ ଅଞ୍ଚଳରେ ରାସ୍ତା ସଫା କରିବା ପାଇଁ ଜେସିବି ଓ ଏକ୍ସକାଭେଟର ମୁତୟନ ରଖିବାକୁ ନିର୍ଦ୍ଦେଶ ହୋଇଛି।
ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ। ବାତ୍ୟା ପରିସ୍ଥିତିରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ସହ ଆବଶ୍ୟକ ସ୍ଥଳେ ଏଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ପୋଟେରୁ, କାଙ୍ଗରୁକୋଣ୍ଡା ସମେତ ବିଭିନ୍ନ ତଳିଆ ପୋଲରେ ଜଳସ୍ତର ବୃଦ୍ଧି ହେଲେ ଯାତାୟାତ ବନ୍ଦ କରିବା ପାଇଁ ବାରିକେଡ୍ ଓ ସୁରକ୍ଷା ବ୍ୟବସ୍ଥା କରାଯିବ। ସତୀଗୁଡ଼ା, ଚିତ୍ରକୋଣ୍ଡା ସମେତ ସମସ୍ତ ପର୍ଯ୍ୟଟନସ୍ଥଳୀରେ ଜଳକ୍ରୀଡ଼ା, ନୌକାଚାଳନା ଓ ପର୍ଯ୍ୟଟନ କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଛି।
ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ସମୟ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି। ଏଥିସହ ବ୍ଲକୱାରୀ ଜରୁରୀକାଳୀନ ଆମ୍ବୁଲାନ୍ସ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ପୋଲିସ, ଅଗ୍ନିଶମ, ବନ ବିଭାଗ, ପାରାମେଡିକାଲ ଓ ମୋବାଇଲ ମେଡିକାଲ ଟିମ୍କୁ ସଜାଗ ରଖାଯାଇଛି। ବାତ୍ୟା ପରେ ବିଦ୍ୟୁତ୍, ପାନୀୟ ଜଳ ଓ ଚିକିତ୍ସା ସେବାକୁ ତୁରନ୍ତ ସ୍ୱାଭାବିକ କରିବା ପାଇଁ ଟିପିଏସଓଡିଏଲ ପକ୍ଷରୁ ସ୍ୱତନ୍ତ୍ର ବିଦ୍ୟୁତ୍ ପୁନରୁଦ୍ଧାର ଟିମ୍ ମୁତୟନ ହେବେ। ପୂର୍ବ ବର୍ଷାରେ କ୍ଷତିଗ୍ରସ୍ତ ପୋଲ ଓ ରାସ୍ତାଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ।
ପ୍ରାଣୀ ସମ୍ପଦ ସୁରକ୍ଷା ପାଇଁ ଗୋଖାଦ୍ୟ, ସୁରକ୍ଷିତ ଆଶ୍ରୟ ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଟିମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ହୋଇଛି। ମତ୍ସ୍ୟଜୀବୀମାନଙ୍କୁ ଜଳାଶୟ କିମ୍ବା ସମୁଦ୍ରକୁ ନଯିବାକୁ ସତର୍କ କରାଯାଇଛି। ଚାଷୀମାନଙ୍କୁ ପାଚିଲା ଫସଲ ଓ ପରିବା ଶୀଘ୍ର ଅମଳ କରିବା ପାଇଁ ମାଇକ୍ ଯୋଗେ ସଚେତନ କରାଯାଉଛି। ସମସ୍ତ ବିଭାଗୀୟ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରଙ୍କୁ ନିଜ ନିଜ ସଦର ମହକୁମାରେ ରହି ପ୍ରସ୍ତୁତିର ତଦାରଖ କରିବାକୁ କୁହାଯାଇଛି।
ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ନମ୍ବର ୦୬୮୬୧-୨୩୧୩୭୨ ଏବଂ ଟୋଲ୍ ଫ୍ରି ହେଲ୍ପଲାଇନ୍ ୧୦୭୭ କାର୍ଯ୍ୟକ୍ଷମ ରହିଛି। ବାତ୍ୟା ସମୟରେ ଜନସାଧାରଣଙ୍କ ଜୀବନ, ଜୀବିକା ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।