🔥 TRENDING IPB signs Rs 8,000 crore of deals at V... DCHB fieldwork wrapped up in Jammu & K... JioHotstar’s Telugu Series “Varam” Epi... Tawadkar Leads Delegation to Meet Soli... Composer Anirudh Steps Down from Shah... The Times of India Releases Official T...
01 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ, ସଚେତନତା ଶୋଭାଯାତ୍ରା ଓ ସାମୂହିକ ଶପଥ ପାଠ

✍️ Reporter: SUKUMAR MANDAL 🗓 01 Nov 2026, 02:58 AM 👁 23
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି : ଦୁର୍ନୀତିମୁକ୍ତ ସମାଜ ଗଠନ ଓ ସ୍ୱଚ୍ଛ ପ୍ରଶାସନର ବାର୍ତ୍ତା ନେଇ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ବନଖଣ୍ଡ ଅଧିକାରୀ ସାଇ କିରଣ ଡି.ଏନ୍., ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ବହୁ ଅଧିକାରୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ।

ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ଉପସ୍ଥିତ ସମସ୍ତେ ଦୁର୍ନୀତିମୁକ୍ତ ସମାଜ ଗଠନ ଓ ଦୁର୍ନୀତି ନିବାରଣ ପାଇଁ ସାମୂହିକ ଶପଥ ପାଠ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଦୁର୍ନୀତିକୁ କେବଳ ଆଇନଗତ ସମସ୍ୟା ନୁହେଁ, ବରଂ ଏକ ନୈତିକତାର ପ୍ରଶ୍ନ ବୋଲି ଅଭିହିତ କରିଥିଲେ। ସ୍ୱଚ୍ଛ ପ୍ରଶାସନ ପାଇଁ ସମସ୍ତେ ଏକଜୁଟ ହୋଇ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।

ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ କହିଥିଲେ ଯେ, ସରକାରୀ ବିକାଶ ଓ ଜନକଲ୍ୟାଣ ଯୋଜନାର ସୁଫଳ ଶେଷ ନାଗରିକଙ୍କ ନିକଟରେ ପହଞ୍ଚାଇବାକୁ ହେଲେ ଦୁର୍ନୀତିର ମୂଳୋତ୍ପାଟନ ଆବଶ୍ୟକ। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଯୁବସମାଜ ଓ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ବିରୋଧୀ ଅଭିଯାନର ମୁଖ୍ୟ ବାହକ ଭାବେ ଅଭିହିତ କରିଥିଲେ।

ସଭା ଶେଷରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ମିଶନ ଶକ୍ତିର ମହିଳା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମାନସ ମିଶ୍ର, ବାଲାଜୀ ପଟ୍ଟନାୟକ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।
📲Get App