स्थानीय
ରାଜ୍ୟରେ ‘ଅର୍ଣ୍ଣବ’ ନେଲା ୩ ଜୀବନ; ବାପା,ମା’ ଓ ୯ ମାସର ଶିଶୁପୁତ୍ର ମୃତ
ବାତ୍ୟା ‘ଅର୍ଣ୍ଣବ’ ରାଜ୍ୟରେ ନେଲା ୩ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଡାଙ୍ଗେସି ଗାଁରୁ। ମୃତକମାନେ ହେଉଛନ୍ତି, ଅଚ୍ୟୁତ ପ୍ରଧାନ (୩୦), ଅନୀଷା ପ୍ରଧାନ (୨୫) ଓ ସେମାନଙ୍କ ୯ ମାସର ପୁତ୍ର।
ଲଗାଣ ବର୍ଷାରେ ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସି ଡାଙ୍ଗେସି ଗ୍ରାମ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଏଠାରେ ଭୂସ୍ଖଳନରେ ଫସି ଯାଇଥିବା ଅନ୍ୟ ଦୁଇ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ସେମାନେ ହେଉଛନ୍ତି ସୁମିତ୍ରା ପ୍ରଧାନ (୬୦) ଓ ଅନ୍ୟ ଜଣେ ହେଉଛନ୍ତି ଦତ୍ତ ପ୍ରଧାନ (୩୦)।
କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ପଞ୍ଚାୟତରାଜ ମନ୍ତ୍ରୀ ରବି ନାନାୟଣ ନାଏକ ରାଇକିଆ ଅଞ୍ଚଳରେ ଯେଉଁ ସବୁ ସ୍ଥାନରେ ଭୂସ୍ଖଳନ ହୋଇଛି, ସେ ସବୁ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି। ଏହା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।
ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି, ଡାଙ୍ଗେସିରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବା ସତ୍ତ୍ୱେ ଏହି ଘଟଣା ଘଟିଛି। ଏହି ଘଟଣାକୁ ନେଇ ଆମେ ଦୁଃଖିତ। ଏଭଳି ଭୂସ୍ଖଳନ ହୋଇଛି ଯେ ଡାଙ୍ଗେସିରେ ଆଉ ଏକ ନଦୀ ସୃଷ୍ଟି କରି ଦେଇଛି। ସେଠାରୁ ଆମେ ଦୁଇ ଜଣଙ୍କୁ ଉଦ୍ଧାର କରିଛୁ।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।