Crime
ତରକାରି ପାଇଁ ସ୍ତ୍ରୀଙ୍କୁ ହାଣି ଦେଲେ ସ୍ୱାମୀ
ସାମାନ୍ୟ ତରକାରିକୁ ନେଇ ହୋଇଥିବା କଳହ ନେଲା ଭୟଙ୍କର ରୂପ। ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ। ଏମିତି ଏକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତର ପଦୁଗୁଡ଼ା ଗାଁରୁ।
ମୃତ ମହିଳାଙ୍କ ନାଁ ହେଉଛି କବିତା ସାଉନ୍ତା। ତାଙ୍କୁ ୩୨ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ରାବ ସାଉନ୍ତା।
ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତରକାରିକୁ ନେଇ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ କବିତା ଶୋଇଥିବା ବେଳେ ରାବ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଏସ୍ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଖୋଳତାଡ଼ ଜାରି ରଖିଛି। ସାମାନ୍ୟ କଥାରୁ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ ସେମାନଙ୍କର ୩ ଛୁଆ କେମିତି ଚଳିବେ, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।