🔥 TRENDING ग्रामीण क्षेत्रों में सेवाभाव और समर्प... मुख्यमंत्री सम्राट चौधरी ने सरदार वल्ल... Beed में 78वें संविधान अंगीकार दिवस पर... दीपावली और छठ से पहले मच्छरगांवा नगर प... விவசாயத்தில் சிறப்பாக விளங்கும் காரைக்... भांडेर में 106 हेक्टेयर के अवैध जोड़ने...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

‘ଅର୍ଣ୍ଣବ’ ପ୍ରଭାବରେ ବଡ଼ ଭୂସ୍ଖଳ; ୧୩ ନିଖୋଜ ସୂଚନା

✍️ Reporter: Deepak Mahapatra 🗓 31 Oct 2026, 12:32 PM 👁 14
Share: 💬 WhatsApp 📘 Facebook 𝕏 Post
କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଙ୍ଗୁବାଲି ପାହାଡ଼ରେ ବଡ଼ ଭୂସ୍ଖଳନ। ପାହାଡ଼ରୁ ଖସିଥିବା ପଥର ଓ ମାଟି ଅତଡ଼ାରେ ଧୋଇ ହୋଇଯାଇଛି ବାଇବେଲି ଏବଂ ଗିଡ଼ିପାବାଲି ଗାଁ। ଏହି ଦୁଇ ଗ୍ରାମର ୧୩ ଜଣ ଲୋକ ନିଖୋଜ ଥିବା ସୂଚନା ଆସିଛି।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପ୍ରାୟ ୩ କିମି ପର୍ଯ୍ୟନ୍ତ ପାହାଡ଼ ଧସିଯିବାରୁ ଏହି ପରିସ୍ଥିତି ଉପୁଜିଛି। କିଛି ଗ୍ରାମବାସୀ କିଲାପାଙ୍ଗା ଗ୍ରାମରେ ଥିବା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଛନ୍ତି।
ଭୂସ୍ଖଳନ ଅଞ୍ଚଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଖୋଜ ଗ୍ରାମବାସୀଙ୍କ ତାଲାସୀ ଆରମ୍ଭ କରିଛି । ବାଲିଗୁଡ଼ା ଉପଜିଲ୍ଲାପାଳ ଏବଂ ରାଇକିଆ ବିଡିଓ ମଧ୍ୟ ଭୂସ୍ଖଳନ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଭୂସ୍ଖଳନରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଡାଙ୍ଗେସି ଗାଁର ଏକ ଦମ୍ପତି ଓ ସେମାନଙ୍କ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି, ଅଚ୍ୟୁତ ପ୍ରଧାନ (୩୦), ଅନୀଷା ପ୍ରଧାନ (୨୫) ଓ ସେମାନଙ୍କ ୯ ମାସର ପୁତ୍ର।
📲Get App