🔥 TRENDING Manipur CM Appeals to Centre for Finan... मुख्यमंत्री योगी आदित्यनाथ से सांसद रव... Former Manipur CM N. Biren Singh urges... बुलंदशहर के धल्ला गाँव के तालाब की बिग... Shillong Teer Result October 30, 2026:... Fisher Eyes New Opportunity After Well...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ବନ କର୍ମଚାରୀଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡେପୁଟୀ ରେଞ୍ଜର

✍️ Reporter: Deepak Mahapatra 🗓 30 Oct 2026, 03:49 PM 👁 14
Share: 💬 WhatsApp 📘 Facebook 𝕏 Post
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ଅଧୀନ ଫୁଲନଖରା ରେଞ୍ଜର ଡେପୁଟୀ ରେଞ୍ଜର ମୌସୁମୀ ବେହେରା। ସେ ଫୁଲନଖରା ରେଞ୍ଜର ଜଣେ ବନ କର୍ମଚାରୀଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ତିନୋଟି ବୃକ୍ଷରୋପଣ ସ୍ଥାନର ରକ୍ଷଣାବେକ୍ଷଣ (ଜଗାରଖା, ଜଳସେଚନ ଏବଂ ସାର ପ୍ରୟୋଗ) ବାବଦ ବିଲ୍ ପାସ୍ କରିବା ପାଇଁ ସେ ଉକ୍ତ କର୍ମଚାରୀଙ୍କୁ ଏହି ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ଆଗାମୀ ମାସ ଗୁଡ଼ିକର ବିଲ୍ ମଧ୍ୟ ପାସ୍ କରିବେ ନାହିଁ ବୋଲି ସେ ଧମକ ଦେଇଥିଲେ।
ଡେପୁଟୀ ରେଞ୍ଜର ମୌସୁମୀ ବେହେରାଙ୍କ ଏଭଳି ଆଭିମୁଖ୍ୟରେ ଅତିଷ୍ଠ ହୋଇ କର୍ମଚାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଯୋଜନା ଅନୁଯାୟୀ ଆଜି ଉକ୍ତ କର୍ମଚାରୀ ଜଣଙ୍କ ଡେପୁଟୀ ରେଞ୍ଜରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ବାବଦକୁ ୧ ଲକ୍ଷ ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଲାଞ୍ଚ ନେଇ ଧରାପଡ଼ିବା ପରେ ଡେପୁଟୀ ରେଞ୍ଜର ମୌସୁମୀ ବେହେରାଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
📲Get App