🔥 TRENDING Manipur CM Appeals to Centre for Finan... मुख्यमंत्री योगी आदित्यनाथ से सांसद रव... Former Manipur CM N. Biren Singh urges... बुलंदशहर के धल्ला गाँव के तालाब की बिग... Shillong Teer Result October 30, 2026:... Fisher Eyes New Opportunity After Well...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
National

ଦୁଇ ଦିନ ନୁହଁ ତିନିଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ପୂର୍ବରୁ ବାତ୍ୟା ପାଇଁ ଗସ୍ତ ସ୍ଥଗିତ ହୋଇଥିଲା

✍️ Reporter: Deepak Mahapatra 🗓 30 Oct 2026, 04:05 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି ଏବଂ ସେ ଆସନ୍ତା ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ମୟୂରଭଞ୍ଜ ଗସ୍ତ କରିବେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ କରକମଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସହ ଏକାଧିକ ଯୋଜନାର ଶୁଭାରମ୍ଭ ହେବ।
ସୂଚନା ଅନୁଯାୟୀ ନଭେମ୍ବର ୩ ତାରିଖରୁ ମହାମହିମ ରାଷ୍ଟ୍ରପତିଙ୍କ ଆରମ୍ଭ ହେବ ତିନିଦିନିଆ ମୟୂରଭଞ୍ଜ ଗସ୍ତ। ଏହି ଗସ୍ତରେ ଧାର୍ମିକ ଅନୁଷ୍ଠାନ ପରିଦର୍ଶନ, ପୂର୍ବତନ ସୈନିକଙ୍କ ପରିବାରକୁ ସମ୍ମାନ, ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ, ରେଳ ଭିତ୍ତିଭୂମିର ବିକାଶ ଏବଂ ଆଦିବାସୀ ପରମ୍ପରାର ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ନେଇ କାର୍ଯ୍ୟକ୍ରମ ରହିବ । କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ଭବନରୁ ପ୍ରସ୍ଥାନ କରିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗସ୍ଥ କଲେଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ସଡ଼କ ପଥରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିବେ। ଏହି ସମୟରେ ରାଷ୍ଟ୍ରପତି ଝାଡ଼ଖଣ୍ଡର ବହଡାଗୋଡା ଫରେଷ୍ଟ ଗେଷ୍ଟହାଉସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ବହଳଦାସ୍ଥ ପ୍ରସିଦ୍ଧ ମା’ କିଚେକେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା ଓ ଆରତିରେ ସାମିଲ ହେବେ। ପରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ପହଞ୍ଚି ରାତ୍ରିଯାପନ କରିବେ।
ପରଦିନ ଗସ୍ତର ଦ୍ୱିତୀୟ ଦିନରେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ରେଳ ଭିତ୍ତିଭୂମିକୁ ମିଳିବ ପ୍ରାଧାନ୍ୟ। ସକାଳେ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ ନବନିର୍ମିତ ପ୍ରତିରକ୍ଷା ଏକ୍ସ-ସର୍ଭିସମ୍ୟାନ୍ ସିଏସ୍‌ଡି କ୍ୟାଣ୍ଟିନ୍ ପରିଦର୍ଶନ କରିବେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ତିନିଜଣ ବୀର ନାରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହାପରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ପି.ଡି. ହିନ୍ଦୁଜା ହସ୍ପିଟାଲ୍ ଆଣ୍ଡ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ମଧ୍ୟରେ ନେଫ୍ରୋଲୋଜି ମେଡିକାଲ୍ କ୍ୟାମ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଏଥିସହ ମେଡିକାଲ୍ ଭ୍ୟାନ୍‌ର ଶୁଭାରମ୍ଭ କରାଯିବ।
ସେହିପରି ତୃତୀୟ ଦିନ ନଭେମ୍ବର ୫ ତାରିଖ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ସିକିଲ୍ ସେଲ୍ ଆନିମିଆ ରୋଗରେ ପ୍ରଭାବିତ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ। ଏହାପରେ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଓ ଗୋରୁମହିଷାଣୀ ଆଇରନ୍ କଲେଜ ପରିଦର୍ଶନ କରିବା ସହ ଜାହେର ଥାନ ପାଇଁ ଶାଳ ଓ ମହୁଲ ଗଛ ରୋପଣ କରିବେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରମ୍ପରାର ସଂରକ୍ଷଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯିବ।
ପୂର୍ବରୁ ବାତ୍ୟା ଆଶଙ୍କା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ଥିଲା ।
📲Get App