🔥 TRENDING Woman Slays Poisonous Snake During Kar... સુરેન્દ્રનગર જિલ્લાના ધ્રાંગધ્રા તાલુક... जिला सलूंबर बालिया के दशवंतपुर में महिला लापता, पत... Accident जहांगीराबाद में जलभराव से स्कूली बच्चो...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Agriculture

୨୪ତମ ପିଏମ୍ କିଷାନ କିସ୍ତି; ରାଜ୍ୟର ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି ଟଙ୍କା

✍️ Reporter: Deepak Mahapatra 🗓 30 Oct 2026, 03:48 PM 👁 15
Share: 💬 WhatsApp 📘 Facebook 𝕏 Post
ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଗୁଜରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ।
ଏହି ଅବସରରେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
📲Get App