🔥 TRENDING Manipur CM Appeals to Centre for Finan... मुख्यमंत्री योगी आदित्यनाथ से सांसद रव... Former Manipur CM N. Biren Singh urges... बुलंदशहर के धल्ला गाँव के तालाब की बिग... Shillong Teer Result October 30, 2026:... Fisher Eyes New Opportunity After Well...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ପୁଲିସ ଏସଆଇ ପରୀକ୍ଷାର୍ଥୀ : ନଭେମ୍ବର ୮ ଯାଏଁ ବଢ଼ିଲା ତଥ୍ୟ ଯାଂଚ ଅବଧି

✍️ Reporter: Deepak Mahapatra 🗓 30 Oct 2026, 03:41 PM 👁 15
Share: 💬 WhatsApp 📘 Facebook 𝕏 Post
ଓଡ଼ିଶା ପୁଲିସ ଏସଆଇ ଚାକିରି ଆବେଦନକାରୀଙ୍କୁ ନିଜର ତଥ୍ୟ ଯାଂଚ ପାଇଁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ପୂର୍ବରୁ ଏହି ତଥ୍ୟ ଯାଂଚ ଅବଧି ଅକ୍ଟୋବର ୨୯ତାରିଖ ପର୍ଯ୍ୟନ୍ତ ବୈଧ ରହିଥିଲା।
ଓଡ଼ିଶା ୟୁନିଫର୍ମଡ ସର୍ଭିସେସ ଷ୍ଟାଫ ସିଲେକସନ କମିଶନ (ଓୟୁଏସଏସଏସସି) ପକ୍ଷରୁ ଜାରି ସୂଚନା ଅନୁସାରେ, ମିଳିତ ପୁଲିସ ସେବା ପରୀକ୍ଷା-୨୦୨୪ (ସିପିଏସଇ-୨୦୨୪) ସବଇନସପେକ୍ଟର ପଦବୀ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ସଂଶୋଧନ ଓ ବୈଧିକରଣ ସମୟସୀମାକୁ ଆସନ୍ତା ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ତେଣୁ ଶେଷ ମୁହୂର୍ତ୍ତର ବୈଷୟିକ ଅସୁବିଧାରୁ ବର୍ତ୍ତିବା ନିମନ୍ତେ ନଭେମ୍ବର ୮ ତାରିଖ ପୂର୍ବରୁ ହିଁ ଯାଂଚ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି। କମିଶନ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୨୫ ମସିହାରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଆଧାରରେ ଆବେଦନ କରିଥିବା ସମସ୍ତ ପରୀକ୍ଷାର୍ଥୀ ଓ ବୟସ କୋହଳ ସୁବିଧା ପାଇବାକୁ ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ୧୦ଦିନିଆ ଅବଧି ବୃଦ୍ଧି ଲାଗୁ ହେବ। ଚାକିରି ଆଶାୟୀମାନେ କମିଶନଙ୍କ ୱେବସାଇଟକୁ ଯାଇ ନିଜ ଆକାଉଣ୍ଟରେ ଲଗଇନ୍ କରି ନିର୍ଦ୍ଧାରିତ ଅବଧି ମଧ୍ୟରେ ତଥ୍ୟ ଅପଡେଟ୍ ଓ ବୈଧିକରଣ ସମ୍ପନ୍ନ କରିପାରିବେ। ଏହି ପର୍ଯ୍ୟାୟରେ ପରୀକ୍ଷାର୍ଥୀଙ୍କ ଦ୍ୱାରା ଦାଖଲ କରାଯାଉଥିବା ତଥ୍ୟକୁ ପରବର୍ତ୍ତୀ ସମସ୍ତ ଚୟନ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଭାବେ ବିବେଚନା କରାଯିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ତଦନ୍ତ ଜାରି ରହିଥିବାବେଳେଏହି ପରୀକ୍ଷାକୁ ପୁଣିଥରେ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାକିରି ଆଶାୟୀ ସମସ୍ତ ଆବେଦନକାରୀଙ୍କୁ ଅକ୍ଟୋବର ୧୫ ତାରିଖ ସକାଳ ୧୦ଟାରୁ ୨୯ ତାରିଖ ରାତି ୧୦ଟା ମଧ୍ୟରେ ଅନଲାଇନରେ କମିଶନଙ୍କ ୱେବସାଇଟକୁ ଯାଇ ନିଜ ତଥ୍ୟ ଯାଂଚ ଓ ବୈଧିକରଣ କରିବାକୁ କୁହାଯାଇଥିଲା । ଆଜି ଏହି ଅବଧି ଶେଷ ହେଉଥିବାରୁ କମିଶନ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ସମୟ ବଢ଼ାଇ ଦେଇଛନ୍ତି।
ପୁଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲା ଏବେ ସିବିଆଇ ତଦନ୍ତ ପରିସରଭୁକ୍ତ ରହିଛି। ଓପିଆରବି ପରିବର୍ତ୍ତେ ୟୁନିଫର୍ମ ସେବା ଚାକିରିଗୁଡ଼ିକ ପାଇଁ ନୂତନ ଭାବେ କମିଶନ ଗଠନ ହୋଇଛି। ଏହି କମିଶନ ମାଧ୍ୟମରେ ପରୀକ୍ଷା କରାଇବାକୁ ପ୍ରୟାସ ଚାଲିଥିବା ଜଣାପଡ଼ିଛି।
📲Get App