🔥 TRENDING ਨਵੰਬਰ ਮਹੀਨੇ ਸਕੂਲਾਂ 'ਚ ਛੁੱਟੀਆਂ ਹੀ ਛੁੱਟੀ... Congress Demands State Disaster Tag, A... Devastating Fire in Vasco da Gama, Goa... सुप्रीम कोर्ट ने झूठे हत्या मामले में... Nagaland Village on India-Myanmar Bord... Assam Rifles, CRPF DGs hold high-level...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଜେନେରେଟର ଲଗାଇ ଶୋଇଥିଲେ; ୨ ମୃତ, ୩ ଗୁରୁତର

✍️ Reporter: Deepak Mahapatra 🗓 29 Oct 2026, 01:11 PM 👁 10
Share: 💬 WhatsApp 📘 Facebook 𝕏 Post
ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ସୁଡୁଙ୍ଗ ଗାଁରେ।
ମୃତକ ଦ୍ୱୟ ହେଉଛନ୍ତି, ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ। ଗୁରୁତରମାନେ ହେଉଛନ୍ତି ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ ଓ ନିରଦାଶ ଦେହୁରୀ। ସମସ୍ତେ ସୁଡୁଙ୍ଗ ଗାଁର ବାସିନ୍ଦା।
ଗାଁରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ରାତିରେ ଜେନେରେଟର ଚଲାଇ ଗୋଟିଏ ଘରେ ଶୋଇଥିଲେ ଏହି ୫ ଯୁବକ। ଶୋଇଥିବା ଅବସ୍ଥାରେ ଜେନେରେଟରରୁ ବାହାରି ଥିବା ଧୂଆଁରେ ସେମାନଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା ବୋଲି କୁହାଯାଉଛି। ସକାଳେ ସେମାନେ କବାଟ ନ ଖୋଲିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ରାଜେନ୍ଦ୍ର ଓ ନିତୁଙ୍କର ମୃତ୍ୟୁ ହୋଇଥିଲା।
ବାଂଶପାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟମାନଙ୍କୁ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୟାକୋଟ ପୁଲିସ ଘଟଣାର ତଦନ୍ତ କରୁଛି।
📲Get App